ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ପଞ୍ଚାୟତରେ ଗ୍ରୀଷ୍ମ କାଳୀନ ପାନୀୟ ଜଳ ଯୋଗାଣ କେନ୍ଦ୍ର ଓ ଅତ୍ୟାଧୁନିକ ସ୍ନାନ ଘାଟ ଓ ଉଦଘାଟିତ

ପାରାଦୀପ ଗଡ, 01/04/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ପାରାଦୀପ ଗଡ ବସ ଷ୍ଟାଣ୍ଡ ଠାରେ ଗ୍ରୀଷ୍ମ କାଳୀନ ପାନୀୟ ଜଳ ଯୋଗାଣ କେନ୍ଦ୍ର କୁ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଉଦ୍ଘାଟନ କରିଛନ୍ତି l ପରେ ପରେ କଟକ - ପାରାଦୀପ ରାସ୍ତାର ତାଳଦଣ୍ଡା କେନାଲ ତଟ ଲୋକନାଥ ମନ୍ଦିର ଗଡା ଠାରେ ଅତ୍ୟାଧୁନିକ ସ୍ନାନ ଘାଟ କୁ ମଧ୍ଯ ଶ୍ରୀମତୀ ସସ୍ମିତା ବେହେରା ଉଦ୍ଘାଟନ କରିଛନ୍ତି l ଗ୍ରୀଷ୍ମ କାଳୀନ ପାନୀୟ ଜଳ ଯୋଗାଣ କେନ୍ଦ୍ର ଏପ୍ରିଲ ୦୧ ତାରିଖ ରୁ ଆରମ୍ଭ ହୋଇ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଛନ୍ତି l ଏହି ସମୟ ମଧ୍ୟରେ ପାରାଦୀପ ଉପକଣ୍ଠ ରେ ଥିବା କଳ କାରଖାନା ରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ନୀରନ୍ତର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆ ଯିବ ବୋଲି ସେ ପ୍ରକାଶ କରିଥିଲେ, ସରକାରୀ ଅର୍ଥ ରେ ନିର୍ମିତ ହୋଇଥିବା ଅତ୍ୟାଧୁନିକ ସ୍ନାନ ଘାଟ କୁ ପରିସ୍କାର ପରିଚ୍ଛନ୍ନ କରି ରଖିବାକୁ ସେ ଜନସାଧାରଣ କୁ ନିବେଦନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ସଞ୍ଜୟ କୁମାର ବେହେରା, ପ୍ରମୋଦ କୁମାର ଜେନା, ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହାରଥା, ସତ୍ୟନାରାୟଣ ମହାପାତ୍ର, ରମେଶ ଚନ୍ଦ୍ର ବେହେରା, ଶୁକଦେବ ତରାଇ, ପ୍ରଭାତ ସାହୁ, ସଞ୍ଜୟ ସାମନ୍ତରାୟ, ଲିପୁନ ବେହେରା, ପାରକ୍ଷିତ୍ ତରାଇ ପ୍ରମୁଖ ଯୋଗଦେଇଥିଲେ l
Article Image
Article Image
1