ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଶା କାରବାର ରୋକିବାକୁ ଅବକାରୀ ବିଭାଗର ଅଭିଯାନ, ଜଣେ ଗିରଫ

କୁଜଙ୍ଗ , 18/11/2026, ଉତ୍କଳ voice news - utkalvoicenews.com( ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :
Article Image
କୁଜଙ୍ଗ ଅଞ୍ଚଳରେ ବେଆଇନ ନିଶାଦ୍ରବ୍ୟ କାରବାର ଉପରେ ରୋକ ଲଗାଇବା ଲକ୍ଷ୍ୟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଓ ଯାଞ୍ଚ ଅଭିଯାନକୁ ଜୋରଦାର କରାଯାଇଛି। ଏହି କ୍ରମରେ କୁଜଙ୍ଗ ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତର ରଘୁନାଥପୁର ଗ୍ରାମରେ ପାରାଦୀପ ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ଉ କରାଯାଇ ୧ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନାନୁଯାୟୀ, ଅବକାରୀ ମାମଲା ନମ୍ବର ୬୧/୨୦୨୬-୨୭ ଆଧାରରେ ପାରାଦୀପ ଅବକାରୀ ରେଞ୍ଜର ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା। ଏହି ଅଭିଯାନରେ ପାରାଦୀପ ଅବକାରୀ ଷ୍ଟେସନର କର୍ମଚାରୀମାନେ ସାମିଲ ହୋଇଥିଲେ। ଚଢ଼ଉ ସମୟରେ ରଘୁନାଥପୁର ଗ୍ରାମର ଗୋଲେଖ ବିହାରୀ ସ୍ୱାଇଁ (୪୩), ପିତା- ରାଧୁ ସ୍ୱାଇଁଙ୍କ ନିକଟରୁ ଉକ୍ତ ଗଞ୍ଜେଇ ଜବତ କରାଯାଇଥିଲା। ତାଙ୍କ ଘର ଫତେପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମ, ପୋଷ୍ଟ- ଗୋପିଆକୁଡ଼ା, ଥାନା- କୁଜଙ୍ଗ, ଜିଲ୍ଲା- ଜଗତସିଂହପୁର ବୋଲି ଜଣାପଡ଼ିଛି। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଛି। ଅଞ୍ଚଳରେ ବେଆଇନ ନିଶାଦ୍ରବ୍ୟ କାରବାରକୁ ନିୟନ୍ତ୍ରଣ କରିବା ସହ ଏହାର ନିରାକରଣ ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ଉ ଓ ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
Article Image
24