ଜଗତସିଂହପୁର, 18/11/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
_1795012620.jpg)
ତା. ୧୭.୧୧ : ଓଡ଼ିଶାର ଶିକ୍ଷା, ସାହିତ୍ୟ ଓ ରାଜନୀତି ବିଜ୍ଞାନ ଜଗତର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ଡକ୍ଟର ଶ୍ରୀରାମ ଚନ୍ଦ୍ର ଦାଶଙ୍କ ୧୦୮ ତମ ଜୟନ୍ତୀ ସ୍ଥାନୀୟ ପ୍ରଫୁଲ୍ଲ ପାଠାଗାର ପରିସରରେ ପାଳିତ ହୋଇଯାଇଛି I ଶିକ୍ଷାବିତ୍ ବିଜୟ କୁମାର ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଆଲୋଚକ ଭାବେ ଶିକ୍ଷାବିତ୍ ରବୀନ୍ଦ୍ରନାଥ ତ୍ରିପାଠୀ, ବଂଶୀଧର ଆଚାର୍ଯ୍ୟ , ଅଧ୍ୟାପକ ଲକ୍ଷ୍ମୀଧର ପ୍ରଧାନ, ପ୍ରଦ୍ୟୁମ୍ନ କୁମାର ସାହୁ, ବିଭୂତି ଭୂଷଣ ଲେଙ୍କା, ସତ୍ୟବାଦୀ ଦାସ, ରାମଚନ୍ଦ୍ର ଆଚାର୍ଯ୍ୟ, ଆଇନଜୀବୀ ଶିବ ପ୍ରସାଦ ମାଝୀ, ସଞ୍ଜୟ କୁମାର ସାମନ୍ତସିଂହାର, ପ୍ରତାପ କୁମାର ରାଉତରାୟ ପ୍ରମୁଖ ଯୋଗଦେଇ ଡକ୍ଟର ଦାଶଙ୍କ ଅମ୍ଳାନ ପ୍ରତିଭାକୁ ମନେ ପକାଇ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ I ସେ ଏକାଧାରରେ ଜଣେ ପ୍ରବୀଣ ସଂବିଧାନ ବିଶେଷଜ୍ଞ , ପ୍ରାବନ୍ଧିକ, ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରତିଷ୍ଠାତା, ରାଜନୀତିଜ୍ଞ, ବାଗ୍ମୀ, ଦକ୍ଷ ସଂଗଠକ ଥିଲେବୋଲି ମତ ପ୍ରକାଶ କରିଥିଲେ I " ୟୁରୋପରେ ମୋ ଅନୁଭୂତି "ପୁସ୍ତକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇବା ସହ ଅନେକ କାଳଜୟୀ ପୁସ୍ତକ ଯଥା, ମୋ ଅକୁହା କାହାଣୀ, ମୋ ଦେଶ , ଭାରତର ସମ୍ବିଧାନ ଆଦି ଓଡ଼ିଆ ସାରସ୍ଵତ ଭଣ୍ଡାରକୁ ସମୃଦ୍ଧ କରିଛି ବୋଲି ବର୍ଣ୍ଣନା କରିଥିଲେ I ଶେଷରେ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I