ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାଇଚାରା ଓ ସାଂସ୍କୃତିକ ଏକତାର ବାର୍ତ୍ତା ଦେଲା ନୂଆଗାଁ କାଳୀପୂଜା

ଏରସମା, 18/11/2026, ଉତ୍କଳ voice news - utkalvoicenews.com( ଏରସମାରୁ ଅଂଶୁମାନ ମିଶ୍ରଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁଠାରେ ସାର୍ବଜନୀନ କାଳୀପୂଜା କମିଟି ପକ୍ଷରୁ ଆୟୋଜିତ ୩୮ତମ କାଳୀପୂଜା ମହୋତ୍ସବ ମହାଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାର ଉଦଯାପନୀ ଦିବସରେ ସମାଜସେବୀ ସଂଜୀବ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କମିଟିର ଉପଦେଷ୍ଟା ଡ. ତାମିଲ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ କାଳୀପୂଜା କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଏକତା, ସମର୍ପଣ ଓ ସାମୂହିକ ଉଦ୍ୟମକୁ ପ୍ରଶଂସା କରିଥିଲେ। ସମାଜରେ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ସହ ଆମ ମାଟିର କଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ସମୟରେ ପାରମ୍ପରିକ କଳା ଓ ସଂସ୍କୃତିର ଗୁରୁତ୍ୱ ହ୍ରାସ ପାଉଥିବା ବେଳେ ସ୍ଥାନୀୟ କଳାକାରମାନଙ୍କୁ ନେଇ ନିରନ୍ତର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାର ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଏଥିସହ ନୂଆଗାଁ ଗ୍ରାମବାସୀଙ୍କ ଏକତା ଓ ସାଂସ୍କୃତିକ ପରମ୍ପରା ପ୍ରତି ଥିବା ଆଗ୍ରହକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର, ଜିଲ୍ଲା ସମ୍ପାଦକ ଜ୍ଞାନରଞ୍ଜନ ଜେନା ଏବଂ ସାଂସଦଙ୍କ ପ୍ରତିନିଧି ଜଟାଧାରୀ ସ୍ୱାଇଁ ଯୋଗଦେଇଥିଲେ। ଉପସ୍ଥିତ ଅତିଥିମାନେ ଏଭଳି ଧାର୍ମିକ ଓ ସାଂସ୍କୃତିକ ଆୟୋଜନ ସମାଜରେ ଏକତା, ସଦ୍‌ଭାବନା ଓ ପରମ୍ପରାକୁ ଆହୁରି ସୁଦୃଢ଼ କରିବ ବୋଲି ମତପ୍ରକାଶ କରିଥିଲେ।
8