ଏରସମା, 01/04/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଙ୍କରଦିଆରେ ଆମ ସଂସ୍କୃତି, ଆମ ଖେଳନା ଓ ବାର୍ଷିକ ଉତ୍ସବ ଉତ୍କଳ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି। ଓଡିଆ ସଂସ୍କୃତି ,ପରମ୍ପରା , ଓଡ଼ିଆ ଭାଷାକୁ ନେଇ ଆମେ ନିଜକୁ ଗର୍ବ ଅନୁଭବ କରୁ ଥିବାବେଳେ ଓଡ଼ିଆମାନେ ଏପ୍ରିଲ ମାସ ଏକ ତାରିଖକୁ ଉତ୍କଳ ଦିବସ ପାଳନ କରି ଆସୁଛନ୍ତି।ସେହି ଉପଲକ୍ଷେ କଙ୍କରଦିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ,ଆମ ଖେଳନା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଛବିଲତା ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ବାମଦେଇପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ବୈଜନ୍ତୀ ମହାନ୍ତି, ଯୋଗଦେଇଥିବା ବେଳେ ମୁଖ୍ୟ ବ୍ୟକ୍ତା ସମିତିସଭ୍ୟ ବିକ୍ରମ ମହାପାତ୍ର, ସମ୍ମାନିତ ଅତିଥି ଭାବେ ମହାଲକ୍ଷ୍ମୀ ଉ:ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ପରିଡ଼ା,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଧିର ସାମନ୍ତରାୟ ଅତିଥି ଭାବେ ଥିବା ବେଳେ ସଭାପରିଚାଳନା କରିଥିଲେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ରାଉତ କରିଥିଲେ,ଅତିଥି ମାନେ ଯୋଗଦେଇ ପ୍ରଥମେ ଆଜିର ଉତ୍କଳ ଦିବସ ର ମହ୍ୱତ୍ତ ,ଓଡ଼ିଆ ସଂସ୍କୃତି ଓଡ଼ିଆ ଭାଷା ପରମ୍ପରା କେମିତି ଆମ୍ଭେମାନେ ମାନି ଚଳିବା ସହିତ ସମସ୍ତେ ଭଲ ପାଠ ପଢିବା ସହିତ ଭଲ ମଣିଷ ହେଇ ନିଜ ବାପା,ମା ନିଜ ସ୍କୁଲ ଗାଁର ନାଁ ରଖିବା ପାଇଁ ପରାମର୍ଶ ଦେଇଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଖେଳ ଗଣିତ ଦୌଡ଼, ଆଳୁ ଚାମଚ,ଜିଲାପି ଡିଆ,ମ୍ୟାଜିକ ଚେୟାର,ଛଦ୍ମବେଶ,ଗୀତ,ଓ ନାଚ,କମେଡି ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା ଏହି ସବୁ ଖେଳରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମାନପତ୍ର କପ୍ ଉପଢୌକନ ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ ଶେଷରେ ଏହି ସଭାକୁ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଦେବାଶିଷ ମୁଣ୍ଡା,ସୁଶାନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସରକାରୀ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମୁରବି ମାନେ ବହୁ ସଂଖ୍ୟରେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।

