ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ପବିତ୍ର ଅଁଳା ନବମୀ ଉତ୍ସବ ପାଳିତ;ଦେବଦେବୀଙ୍କ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ସମାଗମ

ବୁଗୁଡ଼ା, 18/11/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ପବିତ୍ର ଅଁଳା ନବମୀ ଅବସରରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ ଧାର୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶ ମଧ୍ୟରେ ଉତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ ବିରଞ୍ଚି ନାରାୟଣ ମନ୍ଦିର ପରିସରସ୍ଥ ରଘୁନାଥ ମନ୍ଦିରରେ ଦେବାଦେବୀଙ୍କ ପହଡ଼ ଅବକାଶ, ମଙ୍ଗଳ ଆଳତି, ଅଁଳା ମାଳାର୍ପଣ, ବାଳଭୋଗ ଓ ରାଧାପାଦ ଦର୍ଶନ ଆଦି କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ସେହିପରି ସ୍ଥାନୀୟ ଗୋପୀନାଥ ମନ୍ଦିର ଓ ବଳଦେବ ମନ୍ଦିରରେ ମଧ୍ୟ ଅଁଳା ନବମୀ ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରାଯାଇଥିଲା।ଅନ୍ୟପକ୍ଷରେ ବାଲିପଦର ଗ୍ରାମସ୍ଥିତ ରଘୁନାଥ ସ୍ୱାମୀ ମନ୍ଦିର, ବାଦୁଆର ରାଧାକୃଷ୍ଣ ମନ୍ଦିର ଏବଂ କଦମ୍ବ ମଠର ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ପାରମ୍ପରିକ ରୀତିନୀତିରେ ଅଁଳା ନବମୀ ପାଳିତ ହୋଇଥିଲା। ଏହି ଅବସରରେ ସକାଳ ଓ ସନ୍ଧ୍ୟା ସମୟରେ ସମ୍ପୃକ୍ତ ମନ୍ଦିରଗୁଡିକରେ ଭକ୍ତଙ୍କ ଭିଡ ଜମିଥିଲା ।
Article Image
9