ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାପ୍‌ଟିଷ୍ଟ ଚର୍ଜର ୭୫ତମ ମଣ୍ଡଳି ସ୍ଥାପନ ଦିବସ

ଢେଙ୍କାନାଳ, 18/11/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ତା - ୧୮/୧୧ : ଢେଙ୍କାନାଳ ସହରସ୍ଥିତ ବାପ୍‌ଟିଷ୍ଟ ଚର୍ଜର ଆଜି ତା'ର ୭୫ତମ ମଣ୍ଡଳି ସ୍ଥାପନ ଦିବସ ପାଳନ ହୋଇଯାଇଅଛି । ଏହି ସ୍ଥାପନ ଦିବସରେ ମଣ୍ଡଳିରେ ପ୍ରାୟ ୧୫୦ଜମ ସଭ୍ୟସଭ୍ୟା ଏବଂ ପିଲାମାନେ ଯୋଗଦେଇଥିଲେ । ଏହି ବିଶେଷ ଦିବସରେ ମୁଖ୍ୟବକ୍ତା ଭାବେ ରେଭେଡ୍ ନିରଞ୍ଜନ ତୁରୁକ୍ ଯୋଗଦେଇ ପ୍ରଭୁ ଜୀଶୁଙ୍କ ବାଣୀ ପରିପ୍ରକାଶ କରିଥିଲେ । ଏହି ବିଶେଷ କାର୍ଯ୍ୟକ୍ରମରେ ମଣ୍ଡଳିର ବରିଷ୍ଠ ସଭାପତି ପ୍ରେମାନନ୍ଦ ବିହାରୀ, କାର୍ଯ୍ୟକାରୀ ସଭାପତି ରବିନ୍ ଚନ୍ଦ୍ର ନାୟକ, ସଂପାଦକ ଅମରେନ୍ଦ୍ର ନାୟକ ଏବଂ ଯୁଗ୍ମ ସଂପାଦକ ଅବୟାନନ୍ଦ ବିହାରୀ ଏବଂ ସମସ୍ତ କର୍ମକର୍ତାବୃନ୍ଦ ଏହି କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିଥିଲେ । ଏହି ଅବସରରେ ସହରର ବହୁ ମାନ୍ୟଗଣ୍ୟ ବ୍ୟତି ଓ ଅତିଥିବୃନ୍ଦଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।
8