ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜନ୍ମଦାତ୍ରୀଙ୍କ ସେବା ହିଁ ଶ୍ରେଷ୍ଠ ଆରାଧନା, ଶ୍ରୀରାଧା ଫାଉଣ୍ଡେସନର ସପ୍ତମ ବାର୍ଷିକ ଉତ୍ସବ ପାଳିତ

ତିର୍ତ୍ତୋଲ, 18/11/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ତା - (୧୮/୧୧) : ସେବା, ସଂସ୍କାର, ସଂସ୍କୃତି ଓ ମାନବିକତାର ବାର୍ତ୍ତା ନେଇ କାର୍ଯ୍ୟ କରୁଥିବା ଶ୍ରୀରାଧା ଫାଉଣ୍ଡେସନର ସପ୍ତମ ବାର୍ଷିକ ଉତ୍ସବ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତସ୍ଥିତ ପ୍ରସିଦ୍ଧ ଗାଲେଶ୍ୱର ମହାଦେବଙ୍କ ପୀଠରେ ମହାସମାରୋହରେ ପାଳିତ ହୋଇଯାଇଛି। ପଣ୍ଡିତ ପ୍ରବୋଧ କୁମାର ରଥଙ୍କ ପୌରୋହିତ୍ୟ ଏବଂ ଫାଉଣ୍ଡେସନର ସମ୍ପାଦକ ଦେବେନ୍ଦ୍ର କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ, ସାହିତ୍ୟପ୍ରେମୀ ଓ ଶୁଭେଚ୍ଛୁ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ବ୍ଲଡ୍ ଫୋରମର ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଲୋକପ୍ରିୟ ଜ୍ୟୋତିର୍ବିଦ୍ ତଥା ସମାଜ ସୁଧାରକ ଡ଼. ଅରୁଣ କୁମାର ପାଣି ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ମାର୍ମିକ ଓ ଉଦ୍‌ବୋଧନୀ ଅଭିଭାଷଣରେ ମାତୃଭକ୍ତି, ମାନବିକତା ଓ ସାମାଜିକ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, “ଆମେ ଜଗତର ମଙ୍ଗଳ ପାଇଁ ଜଗଦ୍ଧାତ୍ରୀଙ୍କୁ ପୂଜା କରୁ, କିନ୍ତୁ ଯେଉଁ ମାଆ ଆମକୁ ଜନ୍ମ ଦେଇଛନ୍ତି, ଅସୀମ ତ୍ୟାଗ ଓ ଯନ୍ତ୍ରଣା ସହି ଆମକୁ ମଣିଷ କରିଛନ୍ତି, ସେହି ଜନ୍ମଦାତ୍ରୀଙ୍କ ସେବା ଓ ପୂଜା ଆମ ପାଇଁ ସର୍ବାଗ୍ରେ ଜରୁରୀ। ମାଆଙ୍କ ଆଖିରେ ଲୁହ ରଖି ଦେବୀଙ୍କ ନିକଟରେ ଦୀପ ଜାଳିବାର କୌଣସି ସାର୍ଥକତା ନାହିଁ। ମାତୃସେବା ହିଁ ଶ୍ରେଷ୍ଠ ଆରାଧନା ଏବଂ ମାନବସେବା ହିଁ ପ୍ରକୃତ ଈଶ୍ୱର ସେବା।” ସମ୍ମାନିତ ଅତିଥି ଭାବେ ସୁଶ୍ରୀ ଶୁଭଶ୍ରୀ, ସମ୍ପାଦିକା ଡ଼. ବସନ୍ତ ମଞ୍ଜରୀ ଦାସ, ବିଭୂବୈଭବ ର ସମ୍ପାଦକ ତଥା ଲୋକ ଶିକ୍ଷକ ଡ଼ଃ ଲକ୍ଷ୍ମୀକାନ୍ତ ଆଚାର୍ଯ୍ୟ , ପ୍ରବଚକ ଦିଗାମ୍ବର ରାଉତ ଓ ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚୟନୀ ପ୍ରମୁଖ ଯୋଗଦେଇ ଫାଉଣ୍ଡେସନର ସାତବର୍ଷର ସେବାମୂଳକ ଯାତ୍ରା ଓ ସାମାଜିକ ଅବଦାନର ପ୍ରଶଂସା କରିଥିଲେ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସେବାମୂଳକ କାର୍ଯ୍ୟ ପାଇଁ ପ୍ରାୟ ୩୫ ଜଣ ବ୍ୟକ୍ତିବିଶେଷଙ୍କୁ ଉତ୍ତରୀୟ, ମାନପତ୍ର ଓ ସମ୍ମାନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜରେ ମାନବିକତା, ମାତୃଭକ୍ତି, ସେବା ଓ ସଂସ୍କାରର ଚେତନା ଜାଗ୍ରତ କରିବା ସହ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନର ସଂକଳ୍ପ ନେଇ ଶ୍ରୀରାଧା ଫାଉଣ୍ଡେସନର ଏହି ସପ୍ତମ ବାର୍ଷିକ ଉତ୍ସବ ଏକ ଅର୍ଥପୂର୍ଣ୍ଣ ଓ ସ୍ମରଣୀୟ ଅଧ୍ୟାୟ ହୋଇ ରହିଛି।
11