ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତିର୍ତ୍ତୋଲ ପୁଲିସର ବଡ଼ ସଫଳତା: ଚୋରି ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ,୨ଟି ବାଇକ୍‌ ସହ ବିପୁଳ ଗ୍ରୋସରୀ ସାମଗ୍ରୀ ଜବତ

ତିର୍ତ୍ତୋଲ, 20/11/2026, ଉତ୍କଳ voice news - utkalvoicenews.com( ପାରାଦୀପ ରୁ ସୁମିତ୍ରା ସେନାପତି ଙ୍କ ରିପୋର୍ଟ ) : ତାରିଖ – ୧୯/୧୧/୨୦୨୬ : ତିର୍ତ୍ତୋଲ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ଚୋରି ଘଟଣାର ତଦନ୍ତ କରି ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ମୋଟରସାଇକେଲ ଏବଂ ବିପୁଳ ପରିମାଣର ଗ୍ରୋସରୀ ସାମଗ୍ରୀ ଜବତ କରିଛି।
Article Image
ପୁଲିସ ସୂଚନା ଅନୁଯାୟୀ, ତରଜଙ୍ଗା ଗ୍ରାମର ବଟକୃଷ୍ଣ ଗୋଛାୟତଙ୍କ ପୁଅ ଅଭିଯୋଗକାରୀ ସୁଶାନ୍ତ କୁମାର ଗୋଛାୟତ (୪୨)ଙ୍କ ଲିଖିତ ଅଭିଯୋଗ ଆଧାରରେ ତିର୍ତ୍ତୋଲ ଥାନାରେ କେସ୍‌ ନଂ ୫୦୧, ତାରିଖ ୧୭.୧୧.୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୩୧(୪)/୩୦୫(ଏ) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ କରି ତିର୍ତ୍ତୋଲ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ତରଜଙ୍ଗା ଗ୍ରାମର ବୃନ୍ଦାବନ ଦାସଙ୍କ ପୁଅ ବାସୁଦେବ ଦାସ ଏବଂ ବାଲିପାଟଣା ଗ୍ରାମର ବିଜୟ କୁମାର ଲେଙ୍କାଙ୍କ ପୁଅ ସରୋଜ କୁମାର ଲେଙ୍କା ଓରଫ ତୋଫାନ। ତଦନ୍ତ ସମୟରେ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ମୋଟରସାଇକେଲ ଜବତ କରାଯାଇଛି। ସେଥିମଧ୍ୟରୁ OD21T3912 ନମ୍ବର ବିଶିଷ୍ଟ ବାଇକ୍‌ଟି ବାସୁଦେବ ଦାସଙ୍କ ନିକଟରୁ ଏବଂ OD21S3407 ନମ୍ବର ବିଶିଷ୍ଟ ବାଇକ୍‌ଟି ସରୋଜ କୁମାର ଲେଙ୍କା ଓରଫ ତୋଫାନଙ୍କ ନିକଟରୁ ଉଦ୍ଧାର କରାଯାଇଛି। ସେହିପରି ଅଭିଯୁକ୍ତ ବାସୁଦେବ ଦାସଙ୍କ ନିକଟରୁ ବିଭିନ୍ନ ପ୍ରକାରର ଗ୍ରୋସରୀ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଏଥିରେ ୩୦ କିଲୋଗ୍ରାମ ଆଶୀର୍ବାଦ ଅଟା, ୧୭ କିଲୋଗ୍ରାମ ଆମୁଲ୍‌ ସାମଗ୍ରୀ, ୪୦ କିଲୋଗ୍ରାମ ଡାଲି, ୫ କିଲୋଗ୍ରାମ ଅଦା, ୫ କିଲୋଗ୍ରାମ ରସୁଣ, ୫ କିଲୋଗ୍ରାମ ପିଆଜ, ୪ କିଲୋଗ୍ରାମ ହର୍ଲିକ୍ସ, ୪୦୦ ମିଲିଲିଟର ମିଲ୍କମୋ, ୬ ପ୍ୟାକେଟ୍‌ ଚାହା, ୩୦ଟି ସାବୁନ, ୧୨ କିଲୋଗ୍ରାମ ହଳଦୀ ଗୁଣ୍ଡ ଏବଂ ୩ କିଲୋଗ୍ରାମ ଚାହା ଜବତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଗିରଫ ଦୁଇ ଅଭିଯୁକ୍ତ ବର୍ତ୍ତମାନ ତିର୍ତ୍ତୋଲ ଥାନାରେ ଅଟକ ଅଛନ୍ତି। ଆସନ୍ତାକାଲି ସେମାନଙ୍କୁ ମାନ୍ୟବର ଅଦାଲତରେ ହାଜର କରାଯିବ ବୋଲି ତିର୍ତ୍ତୋଲ ପୁଲିସ ପକ୍ଷରୁ ଜଣାପଡ଼ିଛି।
5