ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୧୯୭୪ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ବୁଗୁଡ଼ା, 01/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ଉଚ୍ଚ ବିଦ୍ୟାଳୟର ୧୯୭୪ ମସିହାରେ ଏକାଦଶ ଶ୍ରେଣୀ ପରୀକ୍ଷା ଦେଇଥ‌ିବା ଛାତ୍ରଛାତ୍ରୀମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଭଞ୍ଜ ରାଜବଂଶର ଆରଧ୍ୟ ଦେବୀ ମା' ଶାଙ୍କୁଳେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଦଣ୍ଡପାଣି ଦାଶ, ଉଦୟ ନାଥ ଚୌଧୁରୀ, ଲିଙ୍ଗରାଜ ଜେନା ଓ ବାଳକୃଷ୍ଣ ଖଡଙ୍ଗା ଯୋଗଦେଇଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଶିକ୍ଷକ ଲିଙ୍ଗରାଜ ଜେନା ଅଧ୍ଯକ୍ଷତା କରିଥିଲେ। ଉପସ୍ଥିତ ପସ୍ଥିତ ୧୯୭୪ ବ୍ୟାଚ ଛାତ୍ରଛାତ୍ରୀ ବୃନ୍ଦ ଶିକ୍ଷକମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ଗୁରୁ ପୂଜନ କରି କରିଥିଲେ। ଏହି ଅବସରରେ ପ୍ରକୃତି ବନ୍ଧୁ ନିରଞ୍ଜନ ଖଡଙ୍ଗା ନିଜ ବକ୍ତବ୍ୟରେ ସମସ୍ତେ ଗଛଟିଏ ଲଗାଇ ତାକୁ ବଢାଇବାକୁ ଅନୁରୋଧ କରିଥିଲେ। ସମସ୍ତଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇ ଶିକ୍ଷକମାନଙ୍କ ଗୁଣ‌ଗାନ ସହ ଛାତ୍ର ଜୀବନର ଅନୁଭୂତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପିତାମ୍ବର ମହାରଣା, ଅଭିମନ୍ୟୁ ସେଠୀ, ପ୍ରଭାକର ଦଳବେହେରା, ଖଲି ଚରଣ ପଟ୍ଟନାୟକ ନାୟକ, ନାମ ରତ୍ନ ବାଡ଼ତ୍ୟା, ଧରଣୀଧର ବିଷୋୟୀ ପ୍ରମୁଖ ୬୦ ଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରିବାର ସହ ଯୋଗ ଯୋଗଦେଇଥିଲେ। ଶେଷରେ ପଦ୍ମ ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
1