ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଖଇରାରେ ଭାଗବତ ପାରାୟଣ ଓ ଗୀତାଯଜ୍ଞ ଉଦଯାପିତ

ଯାଜପୁର, 20/11/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ତା - ୨୦/୧୧/୨୦୨୬ : ବଡ଼ଚଣା ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ଆରଧ୍ୟ ଦେବତା ସତ୍ୟନାରାୟଣଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ଦୁଇଦିନ ଧରି ଚାଲିଥିବା ଭାଗବତ ପାରାୟଣ ଓ ଗୀତାଯଜ୍ଞ ଆଜି ଉଦଯାପିତ ହୋଇଯାଇଛି। ବୁଧବାର ପ୍ରତ୍ୟୁଷରୁ ଗ୍ରାମର ମହିଳା ମାନେ ନିକଟସ୍ଥ ହାଇଲେଭୁଲ କେନାଲରୁ ଜଳ ଆଣି ୧୦୮ କଳସ ଶୋଭାଯାତ୍ରାରେ ଆସି ଯଜ୍ଞ ମଣ୍ଡପ ନିକଟରେ ପହଞ୍ଚିଥିଲେ। ସତ୍ୟନାରାୟଣଙ୍କ ପୂଜକ ପଣ୍ଡିତ ଚନ୍ଦ୍ରଶେଖର ପଣ୍ଡା ଓ ମନୋରଞ୍ଜନ ପଣ୍ଡାଙ୍କ ଦ୍ବାରା ଯଥାରୀତି ପୂଜା କାର୍ଯ୍ୟ କରାଯାଇଥିବା ବେଳେ କର୍ତ୍ତା ଆକାଶ ସାହୁ ଓ କୁନିଲତା ସାହୁଙ୍କ ଦ୍ବାରା ସଂକଳ୍ପ କାର୍ଯ୍ୟ ସମାପନ କରାଯାଇଥିଲା। ସୂର୍ଯ୍ୟାର୍ଘ୍ୟ ପ୍ରଦାନ, ଗୋ ପୂଜା, ଅଗ୍ନିଚୟନ ସହିତ ଆଦି ପୂଜାର୍ଚ୍ଚନା କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଗ୍ରାମ କମିଟିର ସଭାପତି ଅଧ୍ୟାପକ ପଦ୍ମନାଭ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ଡିତ ରାଧାନାଥ ପଣ୍ଡା, ରଙ୍ଗାଧର ପଣ୍ଡା, ସୁବ୍ରତ ଶତପଥୀ, ମନୋରଞ୍ଜନ ମିଶ୍ର, ଲିଙ୍ଗରାଜ ଷଢଙ୍ଗୀ, କାହ୍ନୁଚରଣ ରଥ ଙ୍କ ଦ୍ବାରା ଯଜ୍ଞ କାର୍ଯ୍ୟ ଚାଲିବା ସହିତ ସଂନ୍ଧ୍ୟାରେ ପୁର୍ଣ୍ଣାହୂତି କରାଯାଇଥିଲା। ଏଥିରେ ୧୬ଜଣ ବ୍ରାହ୍ମଣ ଙ୍କ ଦ୍ବାରା ଭାଗବତ ପାଠ କରାଯାଇଥିଲା। ଶିଳ୍ପପତି ଦିଲ୍ଲୀପ ଚୌଧୁରୀ, ସମାଜସେବୀ ମହେନ୍ଦ୍ର ସାହୁ, ପ୍ରତାପ ସାହୁ, ବୈକୁଣ୍ଠ ମହାରଣା ଙ୍କ ସମେତ ଗ୍ରାମର ଉତ୍ସାହୀ ଯୁବକ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
9