କୋକସରା, 20/11/2026, ଉତ୍କଳ voice news - utkalvoicenews.com( ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ ) :
ତା -୨୦/୧୧/୨୦୨୬ : ସନ୍ଦେହ ଘେରରେ ରାଜୁ ବାଗର ଜଘନ୍ୟ ହତ୍ୟା କାଣ୍ଡ ମାମଲା
କଳାହାଣ୍ଡି ପୋଲିସ ତଦନ୍ତର ଶିଥିଳତା କୁ ନେଇ ଉଠିଛି ବଡ଼ ପ୍ରଶ୍ନ ?
ନ୍ୟାୟ ପାଇବା ଅପେକ୍ଷା ରେ ସ୍ବର୍ଗତ ରାଜୁ ପରିବାର
ପୋଲିସର ବେପାରୁଆ ମନବଳ ଯୋଗୁଁ ଦୀର୍ଘ ଦିନ ବିତି ଯାଇଥିଲେ ହେଁ ଅଭିଯୁକ୍ତ ଙ୍କୁ ଆଜି ଯାଏ ପୋଲିସ ଠାବ କରି ପାରିନାହଁ..

ଘଟଣା ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁ ଗ୍ରାମର ନିରୀହ ରାଜୁ ବାଗ କୁ ଗତ ୫ ତାରିଖ ଦିନ କେହି ଦୁର୍ବତ୍ତ ହତ୍ୟା କରି ମୁଣ୍ଡ କାଟି ଦେଇ ମୁଣ୍ଡ ବିହୀନ ଶରୀର କୁ ଏକ ବିଲ ରେ ଫିଙ୍ଗି ଦେଇ ଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଥିଲା |ଖବର ପାଇ କୋକସରା ପୋଲିସ ଘଟଣା ନିକଟରେ ପହଂଚି ମୁଣ୍ଡ ବିହୀନ ଶବ କୁ ଠାବ କରି ତଦନ୍ତ ଚଳାଇ ଥିଲା | କିଛି ଦିନ ପରେ ଏକ ନାଳରୁ ମୁଣ୍ଡର ଖପୁରି କୁ ପୋଲିସ ଉଦ୍ଧାର କରି ରାଜୁ ବାଗର ଶବ କୁ ବ୍ୟବଚ୍ଛେଦ କଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା |ହତ୍ୟା କରି ଥିବା ଅଭିଯୁକ୍ତ ଙ୍କୁ ଧରିବା ପାଇଁ କୋକସରା ପୋଲିସ କୁ ପରିବାର ଲୋକେ ଏକ ଲିଖିତ ଅଭିଯୋଗ କରିଥିଲେ |ହେଲେ ରାଜୁ ବାଗର ବ୍ୟବଚ୍ଛେଦ ଶବକୁ ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ଆଣିଦେବା ଦିନ ପରିବାର ଓ ଗ୍ରାମବାସୀ ରାସ୍ତା ଅବରୋଧ କରି ଆନ୍ଦୋଳନ କରି ଥିଲେ |ଖବର ଶୁଣି ଧର୍ମଗଡ ଏସଡିପିଓ ଘଟଣା ସ୍ଥଳରେ ପହଂଚି ପରିବାର ଲୋକଙ୍କ ସହ ଆଲୋଚନା କରି ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପ୍ରତିଶୃତି ଦେଲା ପରେ ରାସ୍ତା ରୋକ ରୁ ଆନ୍ଦୋଳନ କାରି ହଟି ଯାଇଥିଲେ |କିନ୍ତୁ ପରିତାପ ବିଷୟ ଏହି କି - ଏସଡିପିଓ ଙ୍କ ଦେଇ ଥିବା ପ୍ରତିଶୃତି ପ୍ରତିଶୃତି ରେ ରହି ଥିବା ଜାଣି ପାରି କଳାହାଣ୍ଡି ଏସପିଙ୍କୁ ପରିବାର ଲୋକ ଙ୍କ ସହ ସିଡ୍ୟୁଲଡ଼ କାଷ୍ଟ ଫେଡେରେସନ ର କର୍ମକର୍ତା ଦ୍ୱାରସ୍ତ ହୋଇଛନ୍ତି |ଏହା ସହିତ ନ୍ୟାୟ ପାଇବା ଆଶା ମଉଳି ଯାଉ ଥିବାରୁ ଗୁରୁବାର ଦିନ ଲଡ଼ୁ ଗାଁ ଠାରେ ସିଡ୍ୟୁଲଡ଼ କାଷ୍ଟ ଫେଡେରେସନ ର କର୍ମକର୍ତା ଙ୍କ ସହ ଗ୍ରାମବାସୀ ଙ୍କୁ ନେଇ ଏକ ବିରାଟ ସଭା କରାଯାଇଥିଲା |ଯଥା ଶୀଘ୍ର ରାଜୁ ବାଗ ହତ୍ୟା ର ନ୍ୟାୟ ନ ମିଳିଲେ ଓ ଅଭିଯୁକ୍ତ ଙ୍କୁ ଖୋଜି ବାହାର ନ କଲେ ଆଗାମୀ ଦିନରେ ପୋଲିସ ଥାନାରେ ଭୟାଭୟ ଆନ୍ଦୋଳନ କରାଯିବା ପାଇଁ ଚେତାବନୀ ଦିଆ ଯାଇଛି |