ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାତ୍ୟା ବିପନ୍ନଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲା ପ୍ରଶାସନ ; ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଆଶ୍ରୟ

ପାରାଦୀପଗଡ଼, 20/11/2026, ଉତ୍କଳ voice news - utkalvoicenews.com( କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
Article Image
ତାରିଖ – ୨୦/୧୧/୨୦୨୬ : ବାତ୍ୟା ‘ଆକ୍ୱାନ୍‌’ର ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ପାରାଦୀପଗଡ଼ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। କେତେକ ସ୍ଥାନରେ ବର୍ଷାଜଳ ଘର ଭିତରେ ପଶିଯିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଏଭଳି ବିପଦ ସମୟରେ ପ୍ରଭାବିତ ଲୋକଙ୍କ ସୁରକ୍ଷା ଓ ସହାୟତା ପାଇଁ ଆଗେଇ ଆସିଛି ସ୍ଥାନୀୟ ପ୍ରଶାସନ। ପ୍ରାପ୍ତ ସୂଚନା ଅନୁଯାୟୀ, ୪୦୦ରୁ ଊର୍ଦ୍ଧ୍ୱ ପ୍ରଭାବିତ ଲୋକଙ୍କୁ ପାରାଦୀପଗଡ଼ ଓ ନିମିଢ଼ି ଗ୍ରାମରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କୁ ଜଳଖିଆ, ପାନୀୟ ଜଳ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ସହ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ପାରାଦୀପଗଡ଼ ପଞ୍ଚାୟତର ୬, ୮ ଓ ୧୨ ନମ୍ବର ୱାର୍ଡର ଜଳବନ୍ଦୀ ଲୋକଙ୍କ ନିକଟରେ ଚୁଡ଼ା ଓ ବିସ୍କୁଟ୍‌ ବଣ୍ଟନ କରାଯାଇଛି। ଗ୍ରାମଗୁଡ଼ିକରେ ଜମି ରହିଥିବା ବର୍ଷାଜଳ ନିଷ୍କାସନ ପାଇଁ ବର୍ଷା ଛାଡ଼ିବା ପରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଛନ୍ତି।
Article Image
ଏହି ସମୟରେ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା, ତହସିଲଦାର ଶ୍ରୀ ସ୍ୱରୂପ ନନ୍ଦନ ବେହେରା, କୁଜଙ୍ଗ ବିଡିଓ ଶ୍ରୀ ଦୀପକ ପ୍ରସାଦ ସ୍ୱାଇଁ, କୁଜଙ୍ଗ ଓକିଲ ସଂଘର ସଭାପତି ଶ୍ରୀ ସଞ୍ଜୟ କୁମାର ବେହେରା ଏବଂ ବାତ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ ଶ୍ରୀ ସତ୍ୟନାରାୟଣ ମହାପାତ୍ରଙ୍କ ସମେତ ମନୋଜ ରାଉତ, ଜୟନ୍ତ ସେନାପତି, ଅଲେଖ ମହାରଥା, ଚନ୍ଦ୍ରଶେଖର ଚୌଧୁରୀ, ରମେଶ ବେହେରା, ପ୍ରଭାତ ସାହୁ, ବିଚିତ୍ର ପ୍ରଧାନ, ଲୋକନାଥ ବେହେରା, ପ୍ରକାଶ ତରାଇ ଓ ସନାତନ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Article Image
ସେହିପରି କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ପୁଷ୍ପିତା ବାରିକ, ଅଞ୍ଜନ କୁମାର ସ୍ୱାଇଁ, ଏଡିଇଓ ସିପ୍ରାରାଣୀ ପତି, ଏମ୍‌ବିକେ କଳ୍ପନା ମହାପାତ୍ର ଓ ମିଲି ମଲ୍ଲିକଙ୍କ ସମେତ କୁଜଙ୍ଗ ଡାକ୍ତରୀ ଦଳ, ଏଏନ୍‌ଏମ୍‌ ଓ ଆଶାକର୍ମୀମାନେ ଉପସ୍ଥିତ ରହି ବିପନ୍ନଙ୍କ ସେବା ଓ ସହାୟତା କାର୍ଯ୍ୟରେ ସାମିଲ ହୋଇଥିଲେ। ବିପଦ ସମୟରେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ, ଖାଦ୍ୟ ଓ ଚିକିତ୍ସା ସେବା ଯୋଗାଇଦେବାରେ ପ୍ରଶାସନ, ସ୍ୱାସ୍ଥ୍ୟକର୍ମୀ ଓ ସ୍ଥାନୀୟ ସହଯୋଗୀଙ୍କ ତତ୍ପରତା ଏକ ମାନବିକ ପଦକ୍ଷେପ ଭାବେ ପ୍ରଶଂସିତ ହୋଇଛି।
10