ଢେଙ୍କାନାଳ, 20/11/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :

ତାରିଖ – ୧୯/୧୧/୨୦୨୬ : ନିଶାମୁକ୍ତ ଯୁବସମାଜ ଗଠନ ହିଁ ବିକଶିତ ଭାରତ ନିର୍ମାଣର ପ୍ରମୁଖ ଆଧାର। ଏହି ଲକ୍ଷ୍ୟ ନେଇ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବ ଭାରତ (ମାଇ ଭାରତ), ଢେଙ୍କାନାଳ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ ୨୦୨୭’ ଅନୁଷ୍ଠିତ ହୋଇଯାଇଛି।
‘ନଶାମୁକ୍ତ ଯୁବା ଫର୍ ବିକଶିତ ଭାରତ’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ଯୁବ ସଂସଦରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୩୦ରୁ ଊର୍ଦ୍ଧ୍ୱ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିସହ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ। ପ୍ରତିଯୋଗୀମାନେ ନିଶାମୁକ୍ତ ସମାଜ ଗଠନ ଓ ବିକଶିତ ଭାରତ ନିର୍ମାଣରେ ଯୁବଶକ୍ତିର ଭୂମିକା ସମ୍ପର୍କରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।
ଏହି ଅବସରରେ ମାଇ ଭାରତର ରାଜ୍ୟ ନିର୍ଦ୍ଦେଶକ ଶ୍ରୀ ଶକ୍ତି ସ୍ୱରୂପ ସିଂହ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଶକୁନ୍ତଳା ଜେନା, ଡ. ପୁଷ୍ପଲତା ରଥ, ଡ. ସୁଧାଂଶୁ ଦାଶ, ଡ. ସରୋଜ ସାହୁ, ଶ୍ରୀ ପ୍ରଦ୍ୟୁମ୍ନ ରଥ ଏବଂ ମାଇ ଭାରତର ଅବସରପ୍ରାପ୍ତ ରାଜ୍ୟ ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ।
ଯୁବ ସଂସଦରେ ପ୍ରତିଯୋଗୀମାନେ ନିଶା ସେବନର କୁପ୍ରଭାବ, ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ନିଶାସକ୍ତିର ସାମାଜିକ ପ୍ରଭାବ, ନିଶା ନିବାରଣରେ ପରିବାର ଓ ଶିକ୍ଷାନୁଷ୍ଠାନର ଭୂମିକା ତଥା ଏକ ସଚେତନ ଯୁବସମାଜ ଗଠନ ଭଳି ବିଭିନ୍ନ ପ୍ରସଙ୍ଗରେ ଯୁକ୍ତିପୂର୍ଣ୍ଣ ମତ ରଖିଥିଲେ। ଏକ ସୁସ୍ଥ, ସଶକ୍ତ ଓ ନିଶାମୁକ୍ତ ଯୁବପିଢ଼ି ହିଁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ମୂଳଦୁଆ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ପ୍ରତିଯୋଗିତା ଶେଷରେ ବିଚାରକମଣ୍ଡଳୀଙ୍କ ମୂଲ୍ୟାୟନ ଆଧାରରେ ରୁନିତା ମିଶ୍ର ପ୍ରଥମ, ସୌମ୍ୟାରାଣୀ ବେହେରା ଦ୍ୱିତୀୟ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ
କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟନାରାୟଣ କର ମଞ୍ଚ ପରିଚାଳନା କରିଥିଲେ। ଏହାର ସଫଳ ଆୟୋଜନରେ ମାଇ ଭାରତର କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ସହଯୋଗ ରହିଥିଲା। କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ସମନ୍ୱୟ ଦାୟିତ୍ୱରେ ମାଇ ଭାରତର ଆକାଉଣ୍ଟସ୍ ଅଫିସର ଶ୍ରୀ ସୁଭେନ୍ଦ୍ର ନାଥ ସାହୁ, ବିପ୍ରବର ବେହେରା, ସୌମ୍ୟା ମିଶ୍ର ଓ ସ୍ମୃତିରଞ୍ଜନ ସାହୁ ସହଯୋଗ କରିଥିଲେ।
ସେହିପରି ଶକ୍ତି ସ୍ୱରୂପ ବେହେରା, ଜଗନ ବେଜା, ପ୍ରିୟଦର୍ଶିନୀ ବିନାୟକ, ମିରାବାଇ ଦାସ, ଅମ୍ୟରାଜ୍ ନାଏକ, ଆଶିଷ କୁମାର ନନ୍ଦ, ଶିବ ମହାରଣା ଓ ଜ୍ଞାନରଞ୍ଜନ ନାଥି ପ୍ରମୁଖ ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ। ଏଥିସହ ପୂର୍ଣ୍ଣିମା ରାଉତ, ସ୍ୱର୍ଣ୍ଣପ୍ରଭା, ସୁଶାନ୍ତ ଓ ରାଜେଶ ସାହୁ ମଧ୍ୟ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।
ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱବୋଧର ବିକାଶ ସହ ନିଶାମୁକ୍ତ ଭାରତ ଗଠନ ଦିଗରେ ସଚେତନତା ସୃଷ୍ଟି କରିବା ଏହି ଯୁବ ସଂସଦର ମୁଖ୍ୟ ଉଦ୍ଦେଶ୍ୟ ଥିଲା।