ଯାଜପୁର, 20/11/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ତା - ୨୦/୧୧/୨୦୨୬ : ବାତ୍ୟା ‘ଅକଭାନ’ର ପ୍ରଭାବରେ ବଡ଼ଚଣା ବ୍ଲକ ଓ ମାହାଙ୍ଗା ବ୍ଲକ ଅଞ୍ଚଳରେ ଦିନ ତମାମ ପ୍ରବଳ ଝିପି ଝିପି ବର୍ଷା ହେବା ସହ ପବନ ବହିଥିଲା। ଯାହା ଫଳରେ ପାଚିଲା ଧାନ ଓ ପରିବା ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ଜମିରେ ପାଚିଲା ଧାନ ଫସଲ ଆଉ କେତେକ ଧାନ ମଥା ନଇଁ ଥିବା ବେଳେ ପବନ ମାଡ଼ ହୋଇ ଧାନ ଗଛ ପାଣିରେ ବୁଡ଼ି ଫସଲ ହାନି ହେବ। ବର୍ଷା ଯୋଗୁଁ କୋବି, ଶାଗ, ବାଇଗଣ, କଖାରୁ, ବିନ୍, ଝୁଡ଼ଙ୍ଗ, ଲଙ୍କା ଆଦି ପରିବା ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ବାତ୍ୟାର ପ୍ରଭାବରେ ପାଗ କୋହଲା ରହିବା ସହ ତୁହାକୁ ତୁହା ବର୍ଷା ହେବା ଫଳରେ ରାସ୍ତା ଘାଟ ଜଳମଗ୍ନ ହୋଇଯାଇଛି। ବାତ୍ୟା ମୁକାବିଲା ପାଇଁ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଡିଓ