ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଜ୍ୟ ସ୍ତରୀୟ କ୍ରୀଡ଼ାରେ ଚମକିଲେ ରାୟଗଡ ଖେଳାଳି

ରାୟଗଡ, 21/11/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ତା ୨୧.୧୧.୨୦୨୬ : ରାୟଗଡ ଜିଲ୍ଲାର ଛାତ୍ର ଛାତ୍ରୀ ରାଜ୍ୟ ସ୍ତରୀୟ ସଫ୍ଟ ବଲ ପ୍ରତିଯୋଗିତାରେ ଚମ୍ପିୟାନ ହୋଇ ଆଜି ରାୟଗଡ ଫେରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟ ସ୍ତରୀୟ ସଫ୍ଟ ବଲ ଓ ବେସ ବଲ କ୍ରୀଡା ପ୍ରତିଯୋଗିତା ବାଲେଶ୍ୱର ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାୟଗଡ ଜିଲ୍ଲାର ଷୋହଳ ଜଣ ଛାତ୍ର ଓ ଷୋହଳ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଗତ ପନ୍ଦର ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଆଦି ଦଳକୁ ହରାଇ ଫାଇନାଲ ଖେଳିଥିଲେ । ଫାଇନାଲରେ କିଟ୍ ସମେତ ସ୍ପୋର୍ଟସ ଜିଲ୍ଲା ଭୁବନେଶ୍ୱର ଦଳକୁ ବାଜିମାତ୍ କରି ଚମ୍ପିୟାନ ହୋଇଥିବା ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ହରିହର ପାତ୍ର ପ୍ରକାଶ କରିଛନ୍ତି । ସେହିପରି ବେସ ବଲ ରେ କଟକ, ଭଦ୍ରକ, ସୁବର୍ଣ୍ଣପୁର ଓ ଖୋର୍ଦ୍ଧା ସହ ଖେଳି ବିଜେତା ଘୋଷିତ ହୋଇଥିବା ବେଳେ ଫାଇନାଲ ଖେଳ ବାତ୍ୟାର ବର୍ଷାଯୋଗୁଁ ବାତିଲ ହୋଇଥିଲା । ରାୟଗଡ ଜିଲ୍ଲା କ୍ରୀଡା କ୍ଷେତ୍ରରେ ରାଜ୍ୟ ସ୍ତରରେ କୃତିତ୍ୱ ହାସଲ କରିବା ସହ ସଫ୍ଟବଲରେ ତିନିଜଣ ଛାତ୍ର, ଦୁଇଜଣ ଛାତ୍ରୀ ଏବଂ ବେସ ବଲ ପାଇଁ ଦୁଇଜଣ ଛାତ୍ର ଓ ତିନିଜଣ ଛାତ୍ରୀ ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି । ଏହି ଅବସରରେ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ଭଜନଲାଲ ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ସ୍ୱାଇଁ, ରାୟଗଡ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ହରିହର ପାତ୍ର ସମେତ ଜିଲ୍ଲା ର କ୍ରୀଡ଼ା ପ୍ରଶିକ୍ଷକ ବୃନ୍ଦ ଶନିବାର ଚମ୍ପିୟାନ ଦଳଙ୍କୁ ରାୟଗଡ ରେଳ ଷ୍ଟେସନରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହ ମ୍ୟାନେଜର କୋଚ୍ ଉମାକାନ୍ତ ଶବର, ପାୟଲ ମାଝୀ, ମୁଖ୍ୟ କୋଚ୍ ସ୍ୱାଧୀନ ଦାସ, ରାଜେଶ ବାରିକ ଓ ସମସ୍ତ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାପାଳ ଆଶୁତୋଷ କୁଳକର୍ଣୀ ରାୟଗଡ ଚାମ୍ପିଅନ ଦଳର ସମସ୍ତ ସଦସ୍ୟଙ୍କୁ ଏହି ଅବସରରେ କୃତଜ୍ଞତା ଜଣାଇବା ସହ ଜାତୀୟ ସ୍ତରରେ ନିଜର ଉତ୍ତମ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି ରାୟଗଡ ଜିଲ୍ଲାକୁ ସୁନାମ ଆଣିବେ ବୋଲି ଆଶା ପୋଷଣ କରିଛନ୍ତି ।
Article Image
Article Image
8