ଯାଜପୁର, 21/11/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ତା - ୨୧/୧୧/୨୦୨୬ : ବଡ଼ଚଣା ବ୍ଲକ ଅନ୍ତର୍ଗତ ରଇପୁରରେ"ସଚେତନ ନାଗରିକ ସମାଜ" ସେବା ହିଁ ଧର୍ମ, ସେବା ହିଁ କର୍ମ ଓ ସେବା ହିଁ ସଂକଳ୍ପ ଓ ସମର୍ପଣରେ ପର୍ଯ୍ୟବେସିତ ସେବା ସଂକଳ୍ପ ଅଭିଯାନ ୨୦୨୬ ର ଦ୍ଵିତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ସଚେତନ ନାଗରିକ ସମାଜର ସଭାପତି ଉମେଶ ଚନ୍ଦ୍ର ସେନାପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରଇପୁର ଗ୍ରାମର ପକ୍ଷାଘାତ ଦରିଦ୍ର ମହିଳା ଶାନ୍ତି ମଲିକ ସ୍ଵାମୀ - ଶ୍ରୀଧର ମଲିକଙ୍କୁ ତାଙ୍କ ବାସଭବନରେ ଭେଟି ବସ୍ତ୍ର, ଶୀତ ବସ୍ତ୍ର ଓ ନିତ୍ଯ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ।ଗ୍ରାମର ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ପାଠାଗାରର ମୁଖ୍ୟ ସଂଯୋଜକ ପଣ୍ଡିତ ଭୁପେଶ କୁମାର ସେନାପତି, ସମ୍ପାଦକ ପ୍ରସିଦ୍ଧ ବହୁଭାଷୀ କବି ଶିକ୍ଷାବିତ୍ ହିମାଂଶୁ ଭୂଷଣ ଜେନା, ପ୍ରତିଷ୍ଠାତା ବରିଷ୍ଠ ସଦସ୍ୟ ଶିକ୍ଷକ ବିଜୟ କୁମାର ଜେନା , ପ୍ରଫୁଲ୍ଲ ମଲିକ,ସଫୁଲ ମଲିକ, ଶରତ ମଲିକ, ବୁଲୁ ମଲିକ, ରାଜୁ ମଲିକ, ପୁରସ୍ତମ ମଲିକ, ରସିକାନ୍ତ ମଲିକ ସମେତ ବହୁ ଶୁଭେଚ୍ଛୁ ଉପସ୍ଥିତ ରହିବା ସହ ଏହି ମାନବୀୟ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ସଚେତନ ନାଗରିକ ସମାଜ ର ଏହି ମହତ ସାଧୁ ସେବା ଏ ଅଞ୍ଚଳରେ ଏକ ଅନନ୍ୟ ଉଦାହରଣ ପାଲଟିଛି।