ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଘରର କାନ୍ଥ ଭାଙ୍ଗି ଗ୍ରିଲ୍ ଲଗାଇବା ଅଭିଯୋଗ , ନ୍ୟାୟ ପାଇଁ ମହିଳାଙ୍କ ଆକୁଳ ନିବେଦନ

ତିର୍ତ୍ତୋଲ, 21/11/2026, ଉତ୍କଳ voice news - utkalvoicenews.com ( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତାରିଖ – ୨୧/୧୧/୨୦୨୬ : ଜମିଜମା ବିବାଦକୁ କେନ୍ଦ୍ର କରି ପାରିବାରିକ ଅଶାନ୍ତି। ଘରର କାନ୍ଥ ଭାଙ୍ଗି ଜୋରଜବରଦସ୍ତି ଗ୍ରିଲ୍ ଲଗାଇବା, ଘର କାନ୍ଥରେ ଲାଗିଥିବା ଏସି ନଷ୍ଟ କରିବା ଏବଂ ମାଡ଼ ମାରିବା ଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଏଭଳି ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ଗ୍ରାମପଞ୍ଚାୟତର ବରହମପୁର ଗ୍ରାମରେ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଓ ଅଭିଯୋଗ ଅନୁଯାୟୀ, ଗ୍ରାମର ରଶ୍ମିତା ଖଟୁଆଙ୍କ ପାରିବାରିକ ଜମିଜମା ବିବାଦକୁ ନେଇ ଦୀର୍ଘଦିନ ଧରି ଅଶାନ୍ତି ଲାଗିରହିଛି। ରଶ୍ମିତାଙ୍କ ଅଭିଯୋଗ ଅନୁସାରେ, ରିଜିମାଇଲ୍ ଜାଗାକୁ କେନ୍ଦ୍ର କରି ତାଙ୍କ ଦେଢ଼ଶୁର ଦିଲ୍ଲୀପ ଖଟୁଆ, ବଡ଼ ଯାଆ ମିନାର୍ଭା ଖଟୁଆ ଏବଂ ଶାଶୁ-ଶ୍ୱଶୁରଙ୍କ ସହ ବିବାଦ ଉପୁଜିଥିଲା। ଏହି ବିବାଦକୁ ନେଇ ତାଙ୍କୁ ମାଡ଼ ମରାଯିବା ସହ ତାଙ୍କ ବିରୋଧ ସତ୍ତ୍ୱେ ଘରର କାନ୍ଥ ଭାଙ୍ଗି ଗ୍ରିଲ୍ ଲଗାଯାଇଥିଲା। ଏପରିକି କାନ୍ଥରେ ଲାଗିଥିବା ଏସିକୁ ମଧ୍ୟ କାଟି ନଷ୍ଟ କରିଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।
Article Image
ଅନ୍ୟପକ୍ଷରେ , ରଶ୍ମିତାଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାମୀ ଜଣେ ଭିନ୍ନକ୍ଷମ ହୋଇଥିବାରୁ ପରିବାରର ଆର୍ଥିକ ଦାୟିତ୍ୱ ତୁଲାଇବା ପାଇଁ ବାହାରେ ରହି କାର୍ଯ୍ୟ କରୁଛନ୍ତି। ଫଳରେ ସେ ନିଜ ଝିଅ ସହ ଘରେ ରହୁଥିବା ବେଳେ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ଭବିଷ୍ୟତରେ କୌଣସି ଅପ୍ରୀତିକର ଘଟଣା ଘଟିବା ଆଶଙ୍କାରେ ସେ ନିଜକୁ ଘରେ ଅସୁରକ୍ଷିତ ମନେ କରୁଥିବା କହିଛନ୍ତି। ତେବେ ଏହି ପାରିବାରିକ ବିବାଦକୁ ନେଇ ଶାଶୁ-ଶ୍ୱଶୁରଙ୍କ ପକ୍ଷରୁ ଭିନ୍ନ ମତ ପ୍ରକାଶ ପାଇଛି। ଶ୍ୱଶୁରଙ୍କ କହିବା କଥା, ତାଙ୍କର ଦୁଇ ପୁଅ ଓ ବୋହୂ ତାଙ୍କୁ ଉଚିତ ଭାବେ ପଚାରୁ ନାହାନ୍ତି। ଅନ୍ୟପଟେ ସାନ ବୋହୂ ରଶ୍ମିତାଙ୍କ ଅଭିଯୋଗ ହେଉଛି, ଶାଶୁ-ଶ୍ୱଶୁର ଦେଢ଼ଶୁରଙ୍କ କଥାରେ ପରିଚାଳିତ ହୋଇ ତାଙ୍କୁ ବିଭିନ୍ନ କ୍ଷେତ୍ରରେ ହଇରାଣ କରୁଛନ୍ତି। ଏହି କାରଣରୁ ସେ ନିଜ ଘରେ ମଧ୍ୟ ସୁରକ୍ଷିତ ମନେ କରୁନାହାନ୍ତି ବୋଲି କହିଛନ୍ତି। ଏହି ଘଟଣା ସମ୍ପର୍କରେ ରଶ୍ମିତା ପୂର୍ବରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ ନ୍ୟାୟ ପାଇନଥିବା ଦାବି କରିଛନ୍ତି। ତାଙ୍କ ଦେଢ଼ଶୁର ଭାରତୀୟ ସେନାରେ କାର୍ଯ୍ୟରତ ଥିବାରୁ ମାମଲାରେ ଏହାର ପ୍ରଭାବ ପଡ଼ୁଥିବା ନେଇ ମଧ୍ୟ ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ ଉକ୍ତ ଘଟଣାର ସତ୍ୟାସତ୍ୟ ତଦନ୍ତ କରିବା ସହ ଉଭୟ ପକ୍ଷଙ୍କ ଅଭିଯୋଗ ଓ ମତାମତକୁ ଗୁରୁତ୍ୱ ଦେଇ ନିରପେକ୍ଷ ତଦନ୍ତ କରିବାକୁ ଦାବି ହେଉଛି। ଏଥିସହ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଘରର କ୍ଷୟକ୍ଷତିର ଆକଳନ କରିବା ଏବଂ ଜମିଜମା ବିବାଦର ଆଇନଗତ ସମାଧାନ ପାଇଁ ପ୍ରଶାସନ ଓ ପୋଲିସ ବିଭାଗ ଆବଶ୍ୟକ ପଦକ୍ଷେପ ସାଧାରଣରେ ମତ ପ୍ରକାଶ ପାଇଛି।
Article Image
9