ଜଗତସିଂହପୁର, 22/11/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ବାତ୍ୟା ଅକୱାନ ପ୍ରଭାବରେ ଜଗତସିଂହପୁର ଜିଲାରେ ବ୍ୟାପକ ଧାନ ଫସଲ ସହ ପନି ପରିବା ଚାଷ ମଧ୍ୟ କ୍ଷତି ହୋଇଛି । ଚାଷ କ୍ଷୟ କ୍ଷତି କୁ ନେଇ ଆଜି ବିଜେଡିର ଏକ ରାଜ୍ୟ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ଜଗତସିଂହପୁର ଗସ୍ତ କରିବା ସହ ଜିଲାପାଳ ଙ୍କୁ ଭେଟି ଦାବି ଜଣାଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ବିଜେଡି ଜିଲା ସଭାପତି ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ,ସମ୍ବିତ ରାଉତରାୟ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ବରିଷ୍ଠ ବିଜେଡି ନେତା ବାପି ସର୍ଖେଲ ଙ୍କ ସହ ଦଳର ବହୁ କର୍ମକର୍ତା ମାନେ ଉପସ୍ଥିତ ରହି ଜିଲାପାଳ ଙ୍କୁ ଦାବି ଜଣାଇଥିଲେ । ଚାଷୀଙ୍କୁ ସରକାର ଉଚିତ କ୍ଷତିପୂରଣ ପ୍ରଦାନ ନ କଲେ ଦଳ ଆଗାମୀ ଦିନରେ ରାଜ ରାସ୍ତା କୁ ଓଲ୍ହାଇବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।