ଜଗତସିଂହପୁର, 22/11/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁରରୁ ରିତା ସାହୁଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେ ଭତ୍ତା ବଣ୍ଟନ ସମୟରେ ହୋଇ ଥିବା ଗଣ୍ଡଗୋଳ ଘଟଣାରେ ବ୍ଲକ ଉପାଧ୍ୟକ୍ଷ ଙ୍କ ସମେତ ବିଜେଡ଼ି ନେତା ଙ୍କ ଗିରଫ ଦାରୀ କୁ ତିର୍ତ୍ତୋଲ ବ୍ଲକ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି । ତିର୍ତ୍ତୋଲ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା, ଜିଲ୍ଲାପରିଷଦ ଉପାଦକ୍ଷା ସୁଜାତା ମହିଳା, ଜିଲ୍ଲା ବିଜେଡି ର୍ ବରିଷ୍ଠ ଉପ ସଭାପତି ଅଶ୍ୱନି ଦାସ, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବେହେରା ଓ ତିର୍ତ୍ତୋଲ ସରପଂଚ ପ୍ରିୟମ୍ବଦା ମହାପାତ୍ର ପ୍ରମୁଖ ବହୁ ବିଜେଡି ନେତା ମାନେ ଯୋଗଦେଇ ଶାସକ ଦଳ ଓ ପ୍ରଶାସନ ବିପକ୍ଷରେ ବର୍ଷି ଛନ୍ତି । ତେବେ ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା କୁ ନେଇ ବିଡ଼ିଓ ଙ୍କ ସହିତ ଆଲୋଚନା କରିବାକୁ ଯାଇଥିବା ବେଳେ ଜନ ପ୍ରତିନିଧି ମାନଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି । ଅନ୍ୟ ପଟେ ଅନୁସୂଚିତ ଜାତି ବ୍ଲକ ଅଧ୍ୟକ୍ଷ। ଲଷ୍ମୀ ପ୍ରିୟ ବେହେରା ଙ୍କ ପକ୍ଷରୁ ଥାନାରେ ଦିଆଯାଇ ଥିବା ଏତଲା କୁ ପଞ୍ଜିକରଣ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ନେତା । ତେବେ ଏହି ଘଟଣାର୍ ସିସିଟିଭି ଯାଞ୍ଚ କରାଯିବା ସହ ନିରପେକ୍ଷ ତଦନ୍ତ ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି ।