ଏରସମା, 01/04/2025, ଉତ୍କଳ voice news - utkalvoicenews.com

ଏପ୍ରିଲ ୧ ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ବାଲିତୁଠ ପଞ୍ଚାୟତ ସରକାରୀ ପ୍ରାଥମିକ ଗବପୁରୁ ଓ କେନ୍ଦୁଳାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗବପୁରୁରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା। ପାରମ୍ଭରେ କେନ୍ଦୁଳାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ପରିଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବାଲିତୁଠ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ବ୍ଲକ ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା,ସି ଆର ସିସି ରାଜଲକ୍ଷ୍ମୀ ବେହେରା ଓ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ନାୟକ, ଉଭୟ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପବିତ୍ର କୁମାର ମହାପାତ୍ର , ନବକିଶୋର ପାଳଙ୍କ ସହିତ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଯୋଗଦେଇ ଖଡ଼ି ଛୁଆଁ ଉତ୍ସବ ପାଳନ କରିବା ସହିତ ଏହାର ତାତ୍ପର୍ଯ୍ୟ ସଂପର୍କରେ ପିଲାମାନଙ୍କୁ ଅବଗତ କରାଇଥିଲେ। ପରେ ପ୍ରବେଶ ଉତ୍ସବ ବା ଖଡ଼ିଛୁଆଁ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଉପସ୍ଥିତ ମାତୃମଣ୍ଡୀଳୀଙ୍କ ନିକଟସ୍ଥ ଗବପୁରୁ ପୋଖରୀରୁ କଳସ ଶୋଭାଯାତ୍ରା କରାଯିବାର ସହ ବିଦ୍ୟାଳୟରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ସରିବାପରେ ନୂତନ ଶିଶୁମାନଙ୍କୁ ସେମାନଙ୍କ ଅଭିଭାବକ ଗ୍ରହଣରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ ବିଶିକେଶନ ବାରିକ, ସମୀର କୁମାର ରାଉତରାୟ, ଶିକ୍ଷୟିତ୍ରୀ ଶାନ୍ତିବାଳା ସାହୁ,ଝୁନୁଲତା ସାମଲ,ଲିଜାଲିନି ବେହେରା, ପୁଷ୍ପାଞ୍ଜଳି ମୁଦୁଲି, ସୁଚିତ୍ରା ଭୋଳ ଓ ସମୀର କୁମାର ରାଉତରାୟ ଉତ୍ସବକୁ ପରିଚାଳନା କରିଥିଲେ।