ତିର୍ତ୍ତୋଲ, 22/11/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଶାଗବlରିଆର ଅଗ୍ରଣୀ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ବିଂଶତମ ବାର୍ଷିକ ଉତ୍ସବ ଆସନ୍ତା ଡିସେମ୍ବର ପଚିଶ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁଚରଣ ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଆଭିମୁଖ୍ୟ ସମ୍ପର୍କରେ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ ନିଜର ମତ ରଖିଥିଲେ l ଶାଗବlରିଆ ସାରଳା ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସଭାପତି ପ୍ରେମ ଚରଣ ରାଉତ ଘୋଷଣା କରିଥିଲେ l ମୁଖ୍ୟ ବକ୍ତା ଭାବେ ମକରଧ୍ଵଜ ଶିଳ୍ପ ତାଲିମ୍ ଅନୁଷ୍ଠାନ ଅଧ୍ୟକ୍ଷ ମହେଶ୍ୱର ସ୍ୱାଇଁ ସହମତି ପ୍ରଦାନ ସହିତ ଆଗାମୀ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଯୋଜନା ଉପସ୍ଥାପନ କରିଥିଲେ l ସଂସଦର ଉପସଭାପତି ହେମନ୍ତ କୁମାର ନାୟକ, କୈଳାସ ଚନ୍ଦ୍ର ପ୍ରଧାନ, ମୁଖ୍ୟ ସମ୍ପାଦକ ଗୋଲୋକ ବିହାରୀ ପଲାଇ, କାର୍ଯ୍ୟକାରୀ ସମ୍ପାଦକ ନଗେନ୍ଦ୍ରନାଥ ସ୍ୱାଇଁ,ସଂଗଠନ ସମ୍ପାଦକ ସଂଗ୍ରାମ କେଶରୀ ସ୍ୱାଇଁ,ସହ ସମ୍ପାଦକ ହୃଷିକେଶ ଜେନା, ଅଧ୍ୟାପକ ମାନସ ରଞ୍ଜନ ସାହୁ,ଯଯାତି କେଶରୀ ସାମନ୍ତରାୟ,ସାରସ୍ୱତ ମହାମଞ୍ଚ ସମ୍ପାଦକ ପ୍ରଶାନ୍ତ କୁମାର ସେଠୀ,ତୃପ୍ତି ରଞ୍ଜନ ମହାନ୍ତି,ଶିବ ପ୍ରସାଦ ସାହୁ,ସୌଜନ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ବେହେରା, ଆଇନଜୀବୀ ମଞ୍ଜୁଲତା ରାଉତ, ବିଭୂଷିତା ଦାସ, ସସ୍ମିତା ବର୍ଦ୍ଧନ ପ୍ରମୁଖ କାର୍ଯ୍ୟକ୍ରମ ସଫଳତା ପାଇଁ ପ୍ରତ୍ୟେକ କାର୍ଯ୍ୟରେ ସହାୟତା ଦେବାପାଇଁ ମତ ପୋଷଣ କରିଥିଲେ l ଚଳିତ ବର୍ଷ "ଶ୍ରେଷ୍ଠ ସୁଶ୍ରୀ ସମ୍ମାନ " ଆଧ୍ୟାତ୍ମିକ ଚେତନଶୀଳ, ସନାତନ ଧର୍ମ ପ୍ରଚାରକ ତଥା କୁଜଙ୍ଗ, ତାଳଦଣ୍ଡା ବ୍ରହ୍ମ ଜଗନ୍ନାଥ ମିଶନ ଅଧ୍ୟକ୍ଷ କ୍ୟାପଟେନ ଡ଼ଃ ସଂଜୀବ କୁମାର ମୁଦୁଲିଙ୍କୁ ଚୟନ କରାଯାଇଥିବାବେଳେ " ଶ୍ରେଷ୍ଠ ସୁଶ୍ରୀ ଶୁଭଶ୍ରୀ ସମ୍ମାନ " ଅଧ୍ୟାପକ ଡ଼ଃ ଭୁବନାନନ୍ଦ ଅଧିକାରୀ, "ସୁଶ୍ରୀ ବିନୟ ସମ୍ମାନ ଜ୍ୟୋତିର୍ବିଦ ଡ଼ଃ ଅରୁଣ କୁମାର ପାଣି ","ଶ୍ରେଷ୍ଠ ସୁଶ୍ରୀ ଦମ୍ପତି ସମ୍ମlନ" ତୃପ୍ତି ରଞ୍ଜନ ମହାନ୍ତି, ସାଗରୀକା ମୁଦୁଲିଙ୍କୁ ପ୍ରଦାନ କରାଯିବା ପାଇଁ ସମସ୍ତ ସଭ୍ୟଙ୍କ ଦ୍ୱାରା ସ୍ଥିର କରାଯାଇଥିଲା l ପରିଶେଷରେ ସଂସଦର ସମ୍ପାଦିକା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l