ବାଲିକୁଦା, 02/04/2025, ଉତ୍କଳ voice news - utkalvoicenews.com

ବାଲିକୁଦା ବ୍ଲକର ପୁରାତନ ଶିକ୍ଷାନୁଷ୍ଠାନ ବୋରିକିନା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଅନନ୍ତ ଚରଣ ଦାସଙ୍କ ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ସୁନାମଧନ୍ୟ ଶିକ୍ଷାବିତ୍ ହିସାବରେ ବୋରିକିନା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ପରବର୍ତ୍ତୀ ସମୟରେ ଏହି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରି ସମଗ୍ର ଅଞ୍ଚଳରେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ । ଏହା ସହିତ ସେ ଜଣେ ସୁସଂଗଠକ । ହରିଶପୁର ଓ ବାଲିକୁଦା ଅଞ୍ଚଳର ଯାଦବ ସଂଗଠନର ପ୍ରମୁଖ କର୍ମକର୍ତ୍ତା ଭାବେ କାର୍ଯ୍ୟ କରି ଯାଦବ ସଂଗଠନର ବିଶେଷ ଉନ୍ନତି କରିବା ସହିତ ସେ ଏହି ସଂଗଠନର ଦୃଢ଼ ନେତୃତ୍ୱ ନେଇ ବେଶ୍ ଲୋକପ୍ରିୟ ହୋଇପାରିଥିଲେ । ଯାଦବ ଭାଇ ମାନଙ୍କର ମହନ୍ତ ହିସାବରେ ସେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ ଶରୀରକୁ ତାଙ୍କ କର୍ମ ଭୂମି ବୋରିକିନା ବଜାର ଓ ବୋରିକିନା ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ସାଧାରଣ ଜନତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରା ନିଆଯାଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ପରମ୍ପରା ଅନୁସାରେ ତାଙ୍କ ମୃତ ଶରୀରକୁ ସମାଧି ପ୍ରଦାନ କରାଯିବା ସମୟରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ତାଙ୍କ ରାମତୋଳ ସ୍ଥିତ ବାସଭବନରେ ପୂର୍ବତନ ବିଧାୟକ ତଥା ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିଜେପି ନେତା ସଞ୍ଜୟ ମହାନ୍ତି, ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ଡଃ. ଲଲାଟେନ୍ଦୁ ମହାପାତ୍ର, ଜ୍ୟୋତିଷ ଚନ୍ଦ୍ର ଦାସ, ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ବାଲିକୁଦା ବ୍ଲକ ଜିଲା ପରିଷଦ ସଭ୍ୟା ରୁନିଲତା ବେହେରା, ଆଇନଜୀବୀ ଡଃ. ବୀର ନାରାୟଣ ପାତ୍ର, ଉତ୍କଳ ଯାଦବ ମହାସଭାର ଯୁଗ୍ମ-ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ତିତିରା ସରପଞ୍ଚ ଙ୍କ ପ୍ରତିନିଧି ସୁଶାନ୍ତ କୁମାର ନାୟକ, ଅବସରପ୍ରାପ୍ତ କର୍ମଚାରୀ ସଂଘର ଡଃ. ବିଷ୍ଣୁ ଚରଣ ସ୍ୱାଇଁ, ହୃଷିକେଶ ସାହୁ, ଶରତ ଚନ୍ଦ୍ର ବାରିକ, ଯାଦବ ମହାସଭା ତରଫରୁ ଗୋବିନ୍ଦ ଚନ୍ଦ୍ର ଦାସ, ବୈଷ୍ଣବ ଚରଣ ଗାୟା, ପୂର୍ବତନ ସରପଞ୍ଚ ସାଧୁ ଚରଣ ସାହୁ, ବୋରିକିନା ସମିତି ସଭ୍ୟ ସମରେନ ରାୟ, ଭୀମସେନ ମୁଦୁଲି, ସମୀର ପରିଡ଼ା ପ୍ରମୁଖଙ୍କ ସହିତ ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀର ନିକଟରେ ତାଙ୍କର ପୁତ୍ର ରଞ୍ଜନ ଦାସ(ବାପି ), ପୁତୁରା ବିଷ୍ଣୁ ପ୍ରସାଦ ଦାସ(ମୁନା ) ଉପସ୍ଥିତ ରହିଥିବା ବେଳେ, ଜ୍ଞାତି, କୁଟୁମ୍ବ, ଆତ୍ମୀୟସ୍ୱଜନ ଓ ପରିବାର ସହୋଦର ଉପସ୍ଥିତ ରହି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
