ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିକ୍ଷକ ନିରଞ୍ଜନ ମୁଦୁଲିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଏରସମା, 02/04/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ବାଲିତୁଠ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସିଆରସି ସେସଦେଵ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଶିକ୍ଷକ ନିରଞ୍ଜନ ମୁଦୁଲିଙ୍କୁ ଏକ ଶୋକାକୁଳ ପରିବେଶ ମଧ୍ୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷକ ମୃତୁଞ୍ଜୟ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲିନା ନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ମୂଖ୍ୟ ବକ୍ତା ଭାବେ ଏବିଇଓ ଗୋପବନ୍ଧୁ ନାୟକ, ଲିୟାକତ ଅଲ୍ଲୀ ଖାଁ, ସମ୍ମାନୀତ ଅତିଥି ଭାବେ ଏରସମା ବ୍ଲକ ଉପାଧ୍ୟକ୍ଷ ବିକାଶ କୁମାର ପରିଡା, ଚାରି ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ଯୁବ ନେତା ପିନାକୀ ନାରାୟଣ ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଚିତ୍ର କୁମାର ବେଜ, ପଞ୍ଚ ସଖା ଶିକ୍ଷା ସେତୁ ସଭାପତି ମାନ ଗୋବିନ୍ଦ ଦାସ ପ୍ରମୁଖ ଯୋଗଦେଇ ସମ୍ବର୍ଦ୍ଧିତ କରିବା ସହିତ ଶିକ୍ଷକ ନିରଞ୍ଜନ ମୁଦୁଲି ଜଣେ ଛାତ୍ର ବତ୍ସଳ,ସ୍ନେହି, ସମାୟାନୁବର୍ତିତା ଶିକ୍ଷକ ଥିଲେ ବୋଲି ମତବେକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ନିରଞ୍ଜନ ମହାପାତ୍ର, ନିବେଦିତା ଜେନା,ରାଜେନ୍ଦ୍ର ପ୍ରସାଦ ସାହୁ,ରାଜଶ୍ରୀ ବେହେରା,ବୈଷ୍ଣବ ବିଶ୍ୱାଳ,ମେନେକା ମଞ୍ଜରୀ ସ୍ୱାଇଁ,ଲଷ୍ମୀ ବେହେରା,ବରିଷ୍ଠ ଶିକ୍ଷକ ନେତା ଅଶୋକ ଖଣ୍ଡୁଆଳ, ସରୋଜ ବେହେରା ପ୍ରମୁଖ ଯୋଗଦେଇ ଶ୍ରୀ ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ / ଶିକ୍ଷୟିତ୍ରୀ ସୁଷମା ସ୍ୱାଇଁ,ଦେବଜାନୀ ସ୍ୱାଇଁ,ମମାଲି ମହାପାତ୍ର, ଛବି ଲତା ସାହୁ,ଜୟନ୍ତୀ ଭୋଳ, ଅଭୟ ପରିଡା,ପ୍ରକାଶ ମଲ୍ଲ,ପ୍ରଦୀପ ପରିଡା,ଦିଲ୍ଲୀପ ପ୍ରଧାନ, ମିତ୍ରଭାନୁ ସାହୁ ଓ ଝରଣା ଦାସ ପ୍ରମୁଖଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ। ସର୍ବଶେଷରେ ସହକାରୀ ଶିକ୍ଷକ ରବୀନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
Article Image
1