ଏରସମା, 02/04/2025, ଉତ୍କଳ voice news - utkalvoicenews.com
ଏପ୍ରିଲ ୧ ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ବାମଦେଇପୁରୁ ପଞ୍ଚାୟତ କଣ୍ଟେଇନାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା। ପାରମ୍ଭରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମିତ୍ରଭାନୁ ସାହୁଙ୍କ ଅଧ୍ୟକ୍ଷତାରେ ଖଡ଼ି ଛୁଆଁ ଉତ୍ସବ ପାଳନ କରାଯିବା ସହ ଏହାର ତାତ୍ପର୍ଯ୍ୟ ସଂପର୍କରେ ପିଲାମାନଙ୍କୁ ଅବଗତ କରାଯାଇଥିଲା। ପରେ ପ୍ରବେଶ ଉତ୍ସବ ବା ଖଡ଼ିଛୁଆଁ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଉପସ୍ଥିତ ମାତୃମଣ୍ଡୀଳୀଙ୍କ ନିକଟସ୍ଥ ଗୈlରଚଣ୍ଡୀ ପୋଖରୀରୁ କଳସ ଶୋଭାଯାତ୍ରା କରାଯିବାର ସହ ବିଦ୍ୟାଳୟରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ସରିବାପରେ ନୂତନ ଶିଶୁମାନଙ୍କୁ ସେମାନଙ୍କ ଅଭିଭାବକ ଗ୍ରହଣରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷୟିତ୍ରୀ ନିରୁପମା ଦାସ,ପରିଚାଳନା କମିଟିର ସଭାପତି ନିକୁଞ୍ଜ କୁମାର ଦାସ, ଉପସଭାପତି ରଶ୍ମିତା ବିଶ୍ଵାଳ, ସଦସ୍ୟ ବୈଲୋଚନ ଦଳାଇ, ସୂର୍ଯ୍ୟକାନ୍ତ ଜେନା, ଶଶିକାନ୍ତ ପରିଡା ଶୁକାନ୍ତ ନାୟକ, ସରସ୍ୱତୀ ସାହୁ, ରୋଜାଲିନ ନାଥ ଉପସ୍ଥିତ ଥିଲେ।