ଜଗତସିଂହପୁର, 03/04/2025, ଉତ୍କଳ voice news - utkalvoicenews.com

ବାଲିକୁଦା ବ୍ଲକ୍ ମାଛଗାଁ ଯାଦବ ସଂଘର ବାର୍ଷିକ କାଠି ଲଉଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଏକ ବିଶେଷଧରଣର କାଠି ଲଉଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜଗତସିଂହପୁର ଜିଲାର ବଡ଼ଗାଁ, ଖମ୍ବାକୁଳ, ରାମତୋଳ,ନରଣପୁର, ମଠସାହି, ବୋଇତିକୁଦ,ବାଘୁଆ ସହି, ପାରାଦୀପ-ଭୁତୁମୁଣ୍ଡେଇ, ବାଆରେଇ, ବରିମୂଳ, ଗହରିପଡ଼ା, ତାଲଙ୍ଗ ପ୍ରଭୃତି ଅଞ୍ଚଳରୁ ଲଉଡ଼ି ସଂଗଠନ ମାନେ ଯୋଗଦେଇ ସେମାନଙ୍କର ଲଉଡ଼ି ପ୍ରଦର୍ଶନ କରିଥିଲେ । ଯାଦବ ସମାଜର ଏହି କାଠି ଲଉଡ଼ି ପ୍ରତିଯୋଗୀତା କାହିଁ କେଉଁ କାଳରୁ ଏକ ଆଧ୍ୟାମିକ ପରମ୍ପରା ବହନ କରେ ବୋଲି ଉପସ୍ଥିତ ଅତିଥି ମାନେ କହିବା ସହିତ ଏହାର ପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭା ର ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା,ଚରଣି ବେହେରା, ନରେଶ ଦାସ, ନିତ୍ୟାନନ୍ଦ ବେହେରା, ସୁରେଶ ଦାସ, ଜିତେନ୍ଦ୍ର ବେହେରା, ରବି ଦାସ, ସର୍ବେଶ୍ୱର ବେହେରା, ପ୍ରକାଶ ବାହାଲିଆ, ବିକ୍ରମ ଦାସ, ମହାଦେବ ବେହେରା, ସୁକା ଦାସ, ଛବି ଦାସ, କାନ୍ଦୁରା ଦାସ, ଭୀମ ଦାସ, ନକୁଳ ଦାସ, ମାନସ ମାଣିଆ, ଶିବ ମାଣିଆ, ରବୀନ୍ଦ୍ର ବେହେରା, ରାମ ବେହେରା,ବିକାଶ ଦାସ, ପ୍ରମୁଖ ଯୋଗଦେଇ କାଠି ଲଉଡ଼ି ପ୍ରତିଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାଠି ଲଉଡ଼ି ପ୍ରତିଯୋଗିତାରେ ଜଗତସିଂହପୁର ଜିଲାରୁ ବିଭିନ୍ନ ପ୍ରତିଯୋଗୀ ମାନେ ଲଉଡ଼ି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।
