ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାରେ ଗୋବିନ୍ଦପୁର ଚମ୍ପିୟାନ,

ଏରସମା, 03/04/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ଭିତର ଅନ୍ଧାରୀ ପଞ୍ଚାୟତ ଗୁଆମୁଣ୍ଡା ବାରଣୀ ପଡିଆଠାରେ ୧୨ ତମ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଜୟ ଜଟବାବା ଗୁଆମୁଣ୍ଡା ଡ୍ରାମାଟିକ କ୍ଲବର ମେମ୍ବର ମାନଙ୍କ ସହଯୋଗରେ ତିନିଦିନ ବ୍ୟାପି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ପରିବେଷଣ ହୋଇଯାଇଛି। ତା ୧/୪/୨୫ ରିଖ ମଙ୍ଗଳବାର ନଟବର ବାରିକଙ୍କ ନିର୍ଦ୍ଦେଶନା ନାଟକ କିଏ ପୋଛିଦେବ ଆଖିର ଲୁହ ପ୍ରଥମ ଦିବସରେ ପୋଲାଙ୍ଗ ଡ୍ରାମାଟିକ କ୍ଲବ ପରିବେଷଣ କରିଥିଲା। ଦ୍ଵିତୀୟ ଦିବସରେ ଛବିନ୍ଦ୍ର ବାରିକଙ୍କ ନିର୍ଦ୍ଦେଶନାରେ ମା" ଦୃର୍ଗା ଭୂବନେଶ୍ଵର ଡ଼୍ୟାମାଟିକ଼ କ୍ଲବ କାନ୍ଦେନା ଲୁହ ସରିଜିବ ନାଟକ ପରିବେଷଣ କରିଥିବା ବେଳେ ଅନ୍ତିମ ତଥା ତୃତୀୟ ଦିବସରେ ରଞ୍ଜନ ବର୍ଦ୍ଧନଙ୍କ ନିର୍ଦ୍ଦେଶିକ ନାଟକ ହା କୃଷ୍ଣ ବୋଲି ଯାଉ ଯୀବ ମା" ମଙ୍ଗଳା ପପି ୟଙ୍ଗ୍ ଷ୍ଟାର ଗୋବିନ୍ଦପୁର ପରିବେଷଣ କରିଥିଲା। ମା" ମଙ୍ଗଳା ପପି ୟଙ୍ଗ୍ ଷ୍ଟାର ଗୋବିନ୍ଦପୁର ଚମ୍ପିୟାନ ହୋଇଥିଲା‌ ।ମା" ଦୃର୍ଗା ଭୂବନେଶ୍ଵର ଡ଼୍ୟାମାଟିକ଼ ରନର୍ସଅପ୍ ହୋଇଥିଲା।ମା" ମଙ୍ଗଳା ପପି ୟଙ୍ଗ୍ ଷ୍ଟାର ଗୋବିନ୍ଦପୁରୁକୁ ମୁଖ୍ୟ ଅତିଥି ସମୀର ଶେଖର ସ୍ୱlଇଁ , ବିଷ୍ଣୁ ଚରଣ ମହାନ୍ତି, ଜଟାଧାରୀ ସ୍ୱlଇଁ, ଗୁଣନିଧି ପ୍ରଧାନ ଚମ୍ପିୟାନ ଟ୍ରପି ପ୍ରଦାନ କରିଥିଲେ। ଗୋଲଖ ଚନ୍ଦ୍ର ଦାସ ସଭା ପରିଚାଳନା କରିଥିବା ବେଳେ ବିଜୟ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ।ମା" ମଙ୍ଗଳା ପପି ୟଙ୍ଗ୍ ଷ୍ଟାର ଗୋବିନ୍ଦପୁରୁର ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ନାୟକ ଭାବେ ରଞ୍ଜନ ବର୍ଦ୍ଧନ ପୁରସ୍କୃତ ହୋଇଥିଲେ।ଶ୍ରେଷ୍ଠ ଚରିତ୍ର ଅଭିନେତା, ଶ୍ରେଷ୍ଠ ଶିଶୁ କଳାକାର, ଶ୍ରେଷ୍ଠ ପାର୍ଶ୍ବ ଖଳନାୟକ ଓ ଖଳନାୟିକା ପୁରସ୍କାର ସହିତ ୧୦ ଗୋଟି କଳାକାର ମାନଙ୍କୁ ପୁରସ୍କୁତ କରାଯାଇଥିଲା । ମା" ଦୃର୍ଗା ଭୂବନେଶ୍ଵର ଡ଼୍ୟାମାଟିକ଼ କ୍ଲବକୁ ଶ୍ରେଷ୍ଠ ଖଳନାୟକ, ଖଳନାୟିକା, ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା।ପୋଲାଙ୍ଗ ଡ୍ରାମାଟିକ କ୍ଲବକୁ ଶ୍ରେଷ୍ଠ ପାର୍ଶ୍ବନେତା, ଶ୍ରେଷ୍ଠ ହାସ୍ୟସ୍ପଦ ପୁରସ୍କାର ମିଳିଥିଲା। ବିଚାରକ ଭାବେ କେଶବ ଚନ୍ଦ୍ର ଦଳାଇ ଓ ପ୍ରଫୁଲ୍ଲ କୁମାର ନାଥ ଉପସ୍ଥିତ ଥିଲେ। ନାଟକ ପ୍ରତିଯୋଗିତା ଦେଖିବାକୁ ହଜାର ହଜାର ଜନସମାଗମ ଦେଖିବାକୁ ମିଳିଥିଲା।ଏହି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାକୁ ଜୟ ଜଟବାବା ଡ୍ରାମାଟିକ କ୍ଲବର,ଶୁକାନ୍ତ ସାମଲ, ଚିତ୍ତରଞ୍ଜନ ସ୍ୱ।ଇଁ, ପ୍ରମୋଦ ସ୍ୱ।ଇଁ,ଶେସନଭୋଳ, ଦେବଦତ୍ତ ସାମଲ, ରଞ୍ଜନ ସ୍ଵ।ଇଁଙ୍କ ସମେତ ଜୟ ଜଟବାବା ଡ୍ରାମାଟିକ କ୍ଲବର ସମସ୍ତ ମେମ୍ବରମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
Article Image
1