ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗାଦି ମହାପୁରୁଷ କ୍ରିକେଟ କ୍ଲବ ପାଟପୁରର ୨୭ ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କୁଜଙ୍ଗ , 04/04/2025, ଉତ୍କଳ voice news - utkalvoicenews.com
Article Image
କୁଜଙ୍ଗ ଥାନା ଅନ୍ତର୍ଗତ ଗାଦି ମହାପୁରୁଷ କ୍ରିକେଟ କ୍ଲବ ପାଟପୁରୁର ୨୭ ତମ ବାର୍ଷିକ ଟେନିସ୍ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଟପୁର କ୍ରିକେଟ ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି। ଏହି ଟେନିସ ବଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତିନିଦିନ ଧରି ଚାଲୁ ରହିବ। ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି କ୍ରିକେଟ ଟିମ୍ ଭାଗନେଇଛନ୍ତି। ଆଜିର ଉଦଘାଟିତ ମ୍ୟାଚରେ ଚାରି ଗୋଟି କ୍ରିକେଟ ଟିମ୍ ଭାଗ ନେଇଥିଲେ। ପ୍ରଥମ କ୍ୱ।ଟର ଫାଇନାଲ ସାହୁ ବଜାର କ୍ରିକେଟ ଟିମ୍ ଓ ତିଖିରିଅମେୟପାଳ ଟିମ୍ ମଧ୍ୟରେ ମୁକାବିଲା ହୋଇଥିଲା। ଆଜିର ଆଠ ଓଭର ବିଶିଷ୍ଟ ମ୍ୟାଚରେ ତିଖିରିଅମେୟପାଳ କ୍ରିକେଟ ଟିମ୍ ପ୍ରଥମେ ବ୍ୟାଟିଂ କରି ୭୦ ରନ୍ କରିଥିବା ବେଳେ ସାହୁ ବଜାର କ୍ରିକେଟ ଟିମ୍ ୫୬ ରନକରି ଅଲ୍ ଆଉଟ୍ ହୋଇଥିଲା।ତିଖିରିଅମେୟପାଳ ସେମିଫାଇନାଲରେ ପ୍ରବେଶ କରିଥିଲା।ଦ୍ୱିତୀୟ କ୍ୱ।ଟର ଫାଇନାଲ ଅନୁପଲା କ୍ରିକେଟ ଟିମ୍ ବିରିତୋଳ ମଧ୍ୟରେ ମୁକାବିଲା ହୋଇଥିଲା। ଅନୁପମା କ୍ରିକେଟ ଟିମ୍ ପ୍ରଥମେ ବ୍ୟାଟିଂ କରି ଆଠ ଓଭରରେ ୪୪ ରନ୍ କରିଥିଲା। ବିରିତୋଳ ୪ ଓ୍ବିକେଟରେ ବିଜୟ ହେବା ସହିତ ସେମିଫାଇନାଲରେ ପ୍ରବେଶ କରିଥିଲା। ପ୍ରଥମ ସେମିଫାଇନାଲ ତିଖିରିଅମେୟପାଳ କ୍ରିକେଟ ଟିମ୍ ଓ ବିରିତୋଳ ବିରିତୋଳ କ୍ରିକେଟ ଟିମ୍ ମଧ୍ୟରେ ମୁକାବିଲା ହୋଇଥିଲା। ଆଜିର ସେମିଫାଇନାଲ ୬ ଓଭର ବିଶିଷ୍ଟ ମ୍ୟାଚ ହୋଇଥିଲା। ତିଖିରିଅମେୟପାଳ କ୍ରିକେଟ ଟିମ୍ ପ୍ରଥମେ ବ୍ୟାଟିଂ କରି ୪୮ ରନ୍ କରିଥିଲା। ବିରିତୋଳ କ୍ରିକେଟ ଟିମ୍ ଶେଷ ଓଭର ଚାଲୁଥିବା ବେଳେ ପାଞ୍ଚ ଓ୍ବିକେଟରେ ବିଜୟଲାଭ କରି ଫାଇନାଲରେ ପ୍ରବେଶ କରିଥିଲା।ମୁଖ୍ୟ ଅତିଥିଭାବେ ପାରାଦୀପ ବଣିକ ସଂଘର ଉପ ସଭାପତି ଶିଶିର କୁମାର ନାୟକ ଯୋଗଦେଇ ପାଟପୁର କ୍ରିକେଟ ଖେଳ ପଡିଆକୁ ଉନ୍ନତି କରିବାକୁ ପ୍ରତିଶ୍ରୁତି ଦେବା ସହିତ ବିରିତୋଳ କ୍ରିକେଟ ଟିମର ରାମ୍ ହରିଙ୍କୁ ମ୍ୟାନଅଫଦି ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପାଟପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କିଶୋର ବେଉରା, ବରିଷ୍ଠ ସାମ୍ବାଦିକ ରଞ୍ଜନ କୁମାର ସାହୁ, ପଙ୍କପାଳ ମଣ୍ଡଳର ପୃର୍ବତନ ସଭାପତି ତଥା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭରତ ପ୍ରଧାନ ଯୋଗଦେଇ ସେମି ଫାଇନାଲ ମ୍ୟାଚର ବେଷ୍ଟ ବ୍ୟାଟ୍ସମ୍ୟାନ୍,ବେଷ୍ଟ ବୋଲର ଓ ବେଷ୍ଟ ଫିଲ୍ଡରକୁ ଟ୍ରଫି ପ୍ରଦାନ କରିଥିଲେ। ଆସନ୍ତା କାଲି ଶନିବାର ଚାରିଗୋଟି କ୍ରିକେଟ ଟିମ୍ ଭାଗନେବେ। ଯେଉଁ କ୍ରିକେଟ ଟିମ୍ ଫାଇନାଲକୁ ପ୍ରବେଶ କରିବ ରବିବାର ଦିନ ବିରିତୋଳ କ୍ରିକେଟ ଟିମ୍ ସହିତ ଖେଳିବା। ଆଜିର ଏହି ଟୁର୍ଣ୍ଣାମେଣ୍ଟକୁ ଗାଦି ମହାପୁରୁଷ କ୍ରିକେଟ କ୍ଲବ ପାଟପୁରୁର ସମସ୍ତ କ୍ରିକେଟ ପିଲାମାନେ ସହଯୋଗ କରିଥିଲେ।
Article Image
1