ପାରାଦୀପ ଗଡ, 14/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍,
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ପାରାଦୀପ ତୈଳ ବିଶୋଧନାଗାର ସହାୟତାରେ ପଞ୍ଚାୟତ ଭବନ ପରିସର ରେ ଏକ ମେଗା ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଟିତ ହୋଇଯାଇଛି l
ଉକ୍ତ ସ୍ବାସ୍ଥ୍ୟ ସେବା ଶିବିର ରେ ବରିଷ୍ଟ ଡାକ୍ତର ଶ୍ରୀ ରାଜେଶ ଲେଙ୍କା ଓ ଡାକ୍ତର ଶ୍ରୀ ଅଜୟ କୁମାର ସେଠୀ ଯୋଗଦେଇ ୨୯୭ ଜଣ ରୋଗୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ରେ ଔଷଧ ଯୋଗାଇ ଦେଇଥିଲେ , ଉକ୍ତ କାର୍ଯ୍ୟକ୍ରମ କୁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଉଦ୍ଘାଟନ କରିଥିଲେ l ଉକ୍ତ ଶିବିର କୁ ଷ୍ଟାଫ୍ ନର୍ସ ଜୟନ୍ତୀ ମହାନ୍ତି, ମୋନାଲିସା ଜେନା ଫାରମାସିଷ୍ଟି ରାକେଶ ରଞ୍ଜନ ମହାରଣା, ଅଶାନ୍ତ କୁମାର ମହାପାତ୍ର, ଶିବିର ସହାୟକ ଶ୍ରୀ ଜ୍ୟୋତି ରଞ୍ଜନ ସୁତାର, ଗୌରାଙ୍ଗ ମହାପାତ୍ର ଏବଂ ସଂଗଠକ ଶ୍ରୀ ନିର୍ମଳ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସଂଯୋଜନା କରିଥିଲେ l ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହlରଥା, ପ୍ରଭାତ କୁମାର ସାହୁ, ସନ୍ତୋଷ ଦୋରା, ରମେଶ ବେହେରା, ସନାତନ ମାଝୀ, ପଞ୍ଚାନନ ମାଝୀ, ତୁଳସୀ ବାରିକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ପ୍ରତି ମାସରେ ଏହିପରି ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଥିଲେ l