ଏରସମା, 04/04/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଲିତୁଠରେ ବାର୍ଷିକ ଉତ୍ସବ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଓମ୍ ପ୍ରକାଶ ଦାସଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ମୁଖ୍ୟ ବକ୍ତା ଭାବରେ ନିରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଭାଷା ପରମ୍ପରା ଆମ୍ଭେ ମାନେ ମାନି ଚଳିବା, ଭଲ ପାଠ ପଢ଼ିବା, ଭଲ ମଣିଷ ହୋଇ ନିଜ ପିତା ମାତାଙ୍କ ସହିତ ବିଦ୍ୟାଳୟର ନାଁ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏନଏମସି ପାଇଥିବା ବିଦ୍ୟାଳୟର ୮ ଜଣ ଛାତ୍ର, ଛାତ୍ରୀଙ୍କ ସହିତ ଗୀତ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ଚନ୍ଦ୍ର ମଲ୍ଲିକ ବାଷିର୍କ ବୀବରଣୀ ପାଠ କରିଥିବା ବେଳେ ସହକାରୀ ଶିକ୍ଷକ ପ୍ରଦୀପ୍ତ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ / ଶିକ୍ଷୟିତ୍ରୀ ସତ୍ୟ ପ୍ରିୟ ନାୟକ, ସାଇମନ୍ ସାହାଣୀ, ସରଶ୍ୱତୀ ସାହାଣୀ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା ପରିଚାଳନା କରିଥିଲେ।
