ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବି.କରଡ଼ାବାଡ଼ିରେ ପଞ୍ଚୁଦଣ୍ଡ ମହାମିଳନ

ବୁଗୁଡ଼ା, 05/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମରେ ଦିର୍ଘ ୩୦ ବର୍ଷର ବ୍ୟବଧାନରେ ଆଜି ପଞ୍ଚୁଦଣ୍ଡ ମହାମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାବସର , ପାଣିକେଶର , କୁମ୍ପାପଡା , ଛାମୁଣ୍ଡା , ମରାଇପଲ୍ଲୀ ଆଦି ୫ଟି ଗ୍ରାମର ଦଣ୍ଡଯାତ୍ରା ଦଳର ମହାକାଳୀ ଓ ମହାଦେବ ମିଳିତ ହୋଇଥିଲେ । ଏହି ମହାମିଳନ କାଳରେ ଝୁଣାର ମହକରେ ମିଳନ ସ୍ଥଳ ମହକିତ ହୋଇଥିବା ବେଳେ ଢୋଲ ଓ ଝାଞ୍ଜ ନାଦରେ ପ୍ରକମ୍ପିତ ହୋଇଥିଲା। ଏହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ପ୍ରଥମେ ସକାଳ ସମୟରେ ସମସ୍ତ ଦଳକୁ ସ୍ବାଗତର ସହିତ ପାଛୋଟି ନେଇଥିଲେ ।ପଞ୍ଚୁଦଣ୍ଡଯାତ୍ରା ଦଳର ସାମୂହିକ ଗ୍ରାମ ପରିକ୍ରମା କାଳରେ ପ୍ରତ୍ଯେକ ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ଦୃଶ୍ୟମାନ ହେବା ସହ ଗ୍ରାମରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ଏଥି ସହ ପଞ୍ଚ ଦଣ୍ଡଦଳର ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ସଂନ୍ଧ୍ଯା ଆଳତି ଆଦି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ରାତିରେ ପଞ୍ଚ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ପ୍ରସାଦର ବ୍ଯବସ୍ଥା ଗ୍ରାମର ଦଣ୍ଡ କମିଟି ପକ୍ଷରୁ ଆୟୋଜନ କରାଯାଇଛି। ସଭାପତି ଗୋପାଳ ଚନ୍ଦ୍ର ନିୟକ, ସମ୍ପାଦକ ପ୍ରଦୀପ କୁମାର ନାୟକ, ଉପସଭାପତି କେ ସତ୍ୟନାରାୟଣ ଆଚାରୀ, ଜିତେନ୍ଦ୍ର ନାୟକ,ମିତେନ୍ଦ୍ର ନାୟକ, ସୁନୀଲ ନାୟକ, ଚିତ୍ତରଞ୍ଜନ ନାୟକ ସମେତ ଗ୍ରାମବାସୀ ଓ ଯୁବକ ସଂଘ ଏବଂ ବୁଗୁଡ଼ା ପୋଲିସ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
Article Image
8