ଜଗତସିଂହପୁର, 05/04/2025, ଉତ୍କଳ voice news - utkalvoicenews.com
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଜଗତସିଂହପୁର ତରଫରୁ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଜଳଛତ୍ର ବଣ୍ଟନ କରାଯାଇଛି । ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ମାନଙ୍କରେ ଓଡିଆ ପକ୍ଷ ପାଳନ ଉପରେ ଗୁରୁତ୍ଵାରୋପ କରୁଛନ୍ତି । ଏହି ଓଡିଆ ପକ୍ଷ ପାଳନର ଅଂଶ ସ୍ୱରୂପ ଶୁକ୍ରବାର ଦଶ ନମ୍ବର କଲେଜ ଛକଠାରେ ଏବଂ ଶନିବାର ପୁନଙ୍ଗ ସ୍ଥିତ ଚାରିପୋଲିଆ ଛକ ଠାରେ ପ୍ରତିଷ୍ଠାନର ଗୁରୁ-ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଜଳଛତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଜ୍ୟୋତ୍ସ୍ନାରାଣୀ ଦାଶ, ପ୍ରଜ୍ଞା ଦିପ୍ତୀ ସାହୁ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁକାନ୍ତ କୁମାର ସାହୁ ସକ୍ରିୟ ପରିଚାଳନା କରିଥିଲେ । ଡାଏଟ ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସାଧାରଣରେ ପ୍ରଶଂସା ସାଉଁଟିଛି ।