ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୋସ୍କୋ ବିରୋଧୀ ଆନ୍ଦୋଳନକୁ ନେଇ ଉପନ୍ୟାସ ‘ମାଟି ମୁକ୍ତି’

ଭୁବନେଶ୍ଵର, 05/04/2025, ଉତ୍କଳ voice news - utkalvoicenews.com
Article Image
ଦୀର୍ଘ ବାରବର୍ଷ ଧରି ଚାଲିଥିବା ଲଢେଇ ଫଳରେ ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋକୁ ଓଡିଶା ଛାଡିବାକୁ ପଡିଲା । ଏହି କମ୍ପାନୀକୁ ବିରୋଧ କରିବାକୁ ଯାଇ ଅନେକ ଲୋକଙ୍କୁ ଜେଲ ଜୋରିମାନା ଭୋଗିବାକୁ ପଡିଛି, ପୁଣି ଗାଁଗଣ୍ଡା ଛାଡି ଦେଶାନ୍ତରୀ ହେବାକୁ ହୋଇଛି । ପାଞ୍ଚଜଣ ମଣିଷଙ୍କୁ ଜୀବନ ଦେବା ସହିତ ମହିଳା ମାନଙ୍କୁ ସୁଦ୍ଧା ଉଲଗ୍ନ ପ୍ରତିବାଦ କରିବାକୁ ହୋଇଛି, ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋକୁ ହଟାଇବା ନିମନ୍ତେ । ନବୀନ ନିବାସ ଠାରୁ ଆରମ୍ଭ କରି ଆକାଶବାଣୀ କଟକ କେନ୍ଦ୍ର ଯାଏ, ପୁଣି ଢିଙ୍କିଆ ବାଲିବନ୍ଧ ଠାରୁ ଆରମ୍ଭ କରି ନୂଆଗାଁ ଗଡକୁଜଙ୍ଗ ପର୍ଯ୍ୟନ୍ତ ଅନେକ ସଂଗ୍ରାମର କାହାଣୀକୁ ଏକ ଉପନ୍ୟାସର ରୂପ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଦୀର୍ଘ ବାରବର୍ଷ ଧରି ଏହି ଘଟଣାର ରିପୋର୍ଟିଂ କରିଥିବା ଡକ୍ଟର ରଘୁନାଥ ସାହୁ । ମାଟି ମୁକ୍ତି ଉପନ୍ୟାସ କେବଳ ପୋସ୍କୋ ବିରୋଧୀ ଆନ୍ଦୋଳନ ନୁହେଁ, କାହାର ବିକାଶ ପାଇଁ ପୋସ୍କୋ ଆସିଥିଲା ସେସବୁକୁ ସ୍ପଷ୍ଟ କରିଛି ବୋଲି ବ୍ଲାକ ଇଗଲ ବୁକ୍ସ ଦ୍ଵାରା ପ୍ରକାଶିତ ମାଟି ମୁକ୍ତି ଉପନ୍ୟାସର ଉନ୍ମୋଚନ କରି ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି କହିଛନ୍ତି। ଲୋହିଆ ଏକାଡେମୀ ପରିସରରେ କୁଜଙ୍ଗ - ଜଗତସିଂହପୁରର ଅଗ୍ରଣୀ ସଂଗଠନ ପ୍ରିୟବନ୍ଧୁ ପକ୍ଷରୁ ବିଶିଷ୍ଟ ପୋସ୍କୋ ବିରୋଧୀ ନେତା ଡାକ୍ତର ବିଶ୍ଵଜିତଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଗ୍ରୀନ ନୋବେଲ ବିଜେତା ତଥା ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ପୋସ୍କୋ ପରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଲୋକଙ୍କ ଉପରେ କରୁଥିବା ଅତ୍ୟାଚାର ବାବଦରେ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କବି ଶୈଳଜ ରବି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପୀତାମ୍ବର ତରାଇ, ସମାଜସେବୀ ରଞ୍ଜନ କୁମାର ଦାସ, ବରିଷ୍ଠ ସାମ୍ବାଦିକା ସୁପ୍ରିୟା ଦାଶ, ପ୍ରଶାସକ ଅରୁଣ ବିଶ୍ଵାଳ,ସାମ୍ବାଦିକ ଦୁଷ୍ମନ୍ତ ମାଝୀ ପ୍ରମୁଖ ମାଟି ମୁକ୍ତି ଉପନ୍ୟାସ ଓ ପୋସ୍କୋ ବିରୋଧୀ ଆନ୍ଦୋଳନ ବାବଦରେ ନିଜ ନିଜର ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ଡ ଗଙ୍ଗାଧର ସାମନ୍ତରାୟ ପୁସ୍ତକ ସମୀକ୍ଷା କରିଥିବା ବେଳେ ଯୁବନେତା ମାନସ ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ତଥା ପ୍ରଫେସର ପ୍ରତାପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Article Image
Article Image
Article Image
1