ଏରସମା, 06/04/2025, ଉତ୍କଳ voice news - utkalvoicenews.com

ଏରସମା ବ୍ଲକ ଗୋଡା ପଞ୍ଚାୟତ ଆଉଁରି ବୀରକିଶୋରପୁର ଗ୍ରାମରେ ବାଲିକୁଦା ଏରସମା ବିଜେପି ନେତା ସତ୍ୟ ସାରଥୀ ମହାନ୍ତିଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ୱ ଓ ବାଲିକୁଦା ଏରସମା ବିଜେପି ନେତା ସତ୍ୟ ସାରଥୀ ମହାନ୍ତିଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଗୋଡା ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟ ନରେଶ ସ୍ବାଇଁ, କାହୁଁ ଚରଣ ପରିଡ଼ା, ଭ୍ରାମରବର ସେନାପତି, ହୃଦାନନ୍ଦ ହାତୀ, ବିଜୟ ସ୍ଵାଇଁ, ମାନସ ଜେନା, ଟୁନା ହାତୀ,ବାସୁଦେବ ରାଉତ,ରମେଶ ସ୍ୱାଇଁ, ଶ୍ରୀଧର ସ୍ଵାଇଁ, ମୁରଲୀ ସ୍ବାଇଁ,ସୁବାସ ସ୍ଵାଇଁଙ୍କ ସମେତ ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।ଭାରତୀୟ ଜନତା ପାର୍ଟି ପକ୍ଷରୁ ସମସ୍ତ ନବାଗତ ମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରାଯାଇ ସ୍ଵାଗତ କରାଯାଇଛି।ଏହି ମିଶ୍ରଣ ପର୍ବରେ ଗୋଡା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ସାହୁ, ମଣ୍ଡଳ ସଭାପତି ପୁଲିନି ମଣ୍ଡଳ, ବାଲିକୁଦା ପୂର୍ବତନ ମଣ୍ଡଳ ସଭାପତି ଦିଲ୍ଲୀପ କୁମାର ରାଉଳ, କ୍ଷେତ୍ର ମୋହନ ସାହୁ, ନାରୀ ନେତ୍ରୀ ରାଜଶ୍ରୀ ପଟ୍ଟନାୟକ, ସୌରଭ ପ୍ରସନ୍ନ ଦାସ, ରାକେଶ ବିଶ୍ୱାଳ, ସୁବୋଧ ନାୟକ, ପ୍ରଦୀପ୍ତ ଦାସ ଏବଂ ଦଳର ବରିଷ୍ଠ ନେତୃତ୍ବ ମାନେ ଉପସ୍ଥିତ ଥିଲେ।