ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉପ କାରାଗାର କୁଜଙ୍ଗରେ ରାମ ନବମୀ ପାଳନ

କୁଜଙ୍ଗ , 06/04/2025, ଉତ୍କଳ voice news - utkalvoicenews.com
Article Image
କୁଜଙ୍ଗ ଥାନା ଅନ୍ତର୍ଗତ ସମାଗୋଳ ଉପକାରାଗାର କୁଜଙ୍ଗରେ ରାମ ନବମୀ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ପବିତ୍ର ରାମ ନବମୀ ଉପଲକ୍ଷେ ସମାଗୋଳ ଉପକାରାଗାର ପରିସରରେ ଥିବା ହନୁମାନଙ୍କ ମନ୍ଦିରରେ ହୁମଯଜ୍ଞ ,ଭଜନ କୀର୍ତନ, ରାମାୟଣ ଓ ହନୁମାନ ଚାଳିଶା ପାଠନ କରାଯାଇଥିଲା। ଉପକାରଗାର ଭିତରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲ।। ସମସ୍ତ ଶ୍ରଦ୍ରାଧାଳୁମାନଙ୍କ ପାଇଁ ପ୍ରଶାଦ ସେବନର ବ୍ୟବସ୍ଥା କରାଯାଇଥିଲା। ରାମ ନବମୀ ଉପଲକ୍ଷେ ଓଡ଼ିଶାର ସମସ୍ତ କାରାଗାରରେ ହନୁମାନଙ୍କ ପୂଜାର୍ଚ୍ଚନା ହେଉଥିବା ବେଳେ କୁଜଙ୍ଗ ଥାନା ଅନ୍ତର୍ଗତ କୁଜଙ୍ଗ ସମାଗୋଳ କାରାଗାରା ଅଧ୍ୟକ୍ଷ ଶ୍ରୀଯୁକ୍ତ ଇନ୍ଦ୍ରଜିତ ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହା ମୁଖ୍ୟତ ପୂଜାର୍ଚ୍ଚନା କରିବା ଦ୍ଵାରା କାରାଗାର ମଧ୍ୟରେ ଥିବା ଅନ୍ତେବାସୀ ମାନେ ଖୁସିରେ ରହୁଛନ୍ତି ଖୁସିରେ ରହିବା ଦ୍ଵାରା ସେମାନଙ୍କ ମନ ପରିବର୍ତ୍ତନ ହେଉଛି,ମନ ପରିବର୍ତ୍ତନ ହେବାଦ୍ବାରା ସେମାନେ ଶୃଙ୍ଖଳିତ ଜୀବନ ଯାପନ କରୁଛନ୍ତି। ଅନ୍ତେବାସୀ ମାନେ ଶାନ୍ତି ଶୃଙ୍ଖଳାର ସହିତ ରହି ଯଥାଶୀଘ୍ର ବେଲ୍ ରେ  ଯାଇ ତାଙ୍କର ପରିବାର ସହିତ ଜୀବନ ଯାପନ କରି ସୁଖରେ  ରୁହନ୍ତୁ ବୋଲି ଉପକାରାଗାରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ଵାଳ କହିଛନ୍ତି।
1