ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ।

କୁଜଙ୍ଗ , 06/11/2024, ଉତ୍କଳ voice news - utkalvoicenews.comକୁଜଙ୍ଗ:ଓଡିଶା ସାମ୍ବାଦିକ ସଂଘ ଜଗତସିଂହପୁର ଶାଖା ପକ୍ଷରୁ ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ ଆଜି କୁଜଙ୍ଗ ବ୍ଲକ ସୂଚନା ଭବନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା କାର୍ଯ୍ୟକାରିଣୀ ବୈଠକକୁ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ରୂପେ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦିପକ ପ୍ରସାଦ ସ୍ୱାଇଁ,ସ୍ୱତନ୍ତ୍ର ଅତିଥି କୁଜଙ୍ଗ ଥାନା ଆରକ୍ଷୀ ନିରୀକ୍ଷକ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ଦାଶ,ମୁଖ୍ୟ ବକ୍ତା ଓଜେୟୁ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ୟୋଧନ ମହାରଣା,ସଂମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଜୀବନାନନ୍ଦ ଅଧିକାରୀ,ପାରାଦ୍ୱୀପ ପ୍ରେସ ମିଡ଼ିଆ ସଂଘର ସଭାପତି ବସନ୍ତ କୁମାର ସାହୁ,ପାରାଦ୍ୱୀପ ଶାଖାର ଓଜେୟୁ ସଂଘ ସଭାପତି କର୍ମେଶ୍ୱର ସ୍ୱାଇଁ ପ୍ରମୁଖ ପ୍ରଦୀପ ପ୍ରଜ୍ବଳିତ କରି ଶୁଭ ଉଦ୍ଘାଟନ କରିଥିଲେ।ଓଡିଶା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ଡ଼ଃ ସୁନାକର ବେହେରା ସଭାକାର୍ଯ୍ୟ ପରିଚାଳନା କରି ଅତିଥିମାନଙ୍କ ପରିଚୟ ସହିତ ମଞ୍ଚାସିନ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ବରିଷ୍ଠ ସାମ୍ବାଦିକ ତଥା ସଂଘର କର୍ମକର୍ତ୍ତା ମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।ଜିଲ୍ଲା ଶାଖାର କାର୍ଯ୍ୟକାଳ ତିନିବର୍ଷ ପୂରଣ ହୋଇଯାଇଥିବାରୁ ଜିଲ୍ଲା କମିଟିକୁ ନୂତନ ଭାବେ ଗଠନ କରାଯାଇ ନୂତନ ସଭ୍ୟ ସଂଗ୍ରହ କରାଯାଇ ଥିଲା।ଡ଼ଃ ସୁନାକର ବେହେରାଙ୍କୁ ପୂର୍ବ ପରି ଜିଲ୍ଲା ସଭାପତି,ନୂତନ କରି ଜିଲ୍ଲା ସମ୍ପାଦକ ସରୋଜ କାନ୍ତ ସାହୁ,ମୁଖ୍ୟ ଉପଦେଷ୍ଟା ଚନ୍ଦ୍ରକାନ୍ତ ଦାସ,ଜିଲ୍ଲା ଉପସଭାପତି ଗିରିଜା ପ୍ରସାଦ ମହାନ୍ତି,ଜୟନ୍ତ କୁମାର ପରିଜା,ଜିଲ୍ଲା ସହସମ୍ପାଦକ ଅକ୍ଷୟ କୁମାର ମହାନ୍ତି,ବିପିନ କୁମାର ସେଠୀ,ସଂଗଠନ ସମ୍ପାଦକ ଶ୍ରୀକାନ୍ତ କୁମାର ଦାସ,କୋଷାଧକ୍ଷ ଦେବାଶିଷ ଅକ୍ଷୟ କୁମାର ମହାନ୍ତି,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଟୁକନ ଚରଣ ସେଠୀ,ସୁରେନ୍ଦ୍ର କୁମାର ବିଶ୍ୱାଳ,ଜିଲ୍ଲା ମିଡ଼ିଆ ସଂଯୋଜକ ରଞ୍ଜନ ଖୁଣ୍ଟିଆ,କୁଜଙ୍ଗ ବ୍ଲକ ସଭାପତି ମାନସ ରଞ୍ଜନ ମହାନ୍ତି,ସମ୍ପାଦକ ବିଚିତ୍ରା ନନ୍ଦ ପ୍ରଧାନ,ସୁବ୍ରତ ମଲ୍ଲିକ,ଶିଶିର ରଞ୍ଜନ ଦାଶ,ସୁଦର୍ଶନ ମଲ୍ଲ,ରଶ୍ମୀ ରଞ୍ଜନ ଦାସ, ଓମ୍ ଦାସ, ଚନ୍ଦନ ମଲ୍ଲିକ,ସନ୍ତୋଷ ବେହେରା,ରମାକାନ୍ତ ଦାସ,ପବିତ୍ର ମଙ୍ଗରାଜ,ଏରସମା ବ୍ଲକ ସଂଘ ସଭାପତି ଦୀପ୍ତି ରଞ୍ଜନ ଦାୟିତ୍ୱ ଗ୍ରହଣ କରିଥିଲେ।ବୈଠକରେ ଆଲୋଚନାର ବିଷୟ ବସ୍ତୁ ମଧ୍ୟରେ ଆସନ୍ତା ୨୦୨୫ ଫେବୃଆରୀରେ ହେବାକୁ ଥିବା ରାଜ୍ୟ ବାର୍ଷିକ ଉତ୍ସବକୁ ସହଯୋଗ କରି ଜିଲ୍ଲାର ସଭ୍ୟ ସଂଗ୍ରହକୁ ତ୍ୱରାନ୍ୱିତ ସାମ୍ବାଦିକ ମାନଙ୍କ ମୌଳିକ ଅଧିକାର ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାନ ଓ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ନିମନ୍ତେ ପ୍ରସ୍ତାବ ଗ୍ରହଣ।ଶେଷରେ କୁଜଙ୍ଗ ସଂଘର ସମ୍ପାଦକ ବିଚିତ୍ରା ନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Article Image
Article Image
Article Image
Article Image
Article Image
1