କୁଜଙ୍ଗ , 14/12/2024, ଉତ୍କଳ voice news - utkalvoicenews.comପୂର୍ବତନ ମନ୍ତ୍ରୀ ତଥା ବିଜୁ ବାବୁଙ୍କ ଏକାନ୍ତ ଅନୁଗାମୀ ଡାକ୍ତର ଦାମୋଦର ରାଉତଙ୍କ ବୟାଅଶିତମ ଜୟନ୍ତୀ କୁଜଙ୍ଗ ମଣ୍ଡପ ଠାରେ ଡାକ୍ତର ଦାମୋଦର ରାଉତ ଜୟନ୍ତୀ କମିଟି ପକ୍ଷରୁ ପାଳିତ ହୋଇଯାଇଛି l
କମିଟି ସଭାପତି ଅରୂପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ କୁଜଙ୍ଗ ପ୍ରେସ କ୍ଲବ ସଭାପତି ଡକ୍ଟର ରଘୁନାଥ ସାହୁ ଯୋଗଦେଇ ଦାମ ବାବୁଙ୍କ ସମ୍ପର୍କରେ କହିଥିଲେ ଯେ ,ଦାମ ବାବୁଙ୍କ ବିୟୋଗ ଓଡିଶା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି l

ସେ ପ୍ରାୟ ଚାରି ଦଶନ୍ଧି କ୍ଷମତାରେ ରହିଆସି ଥିଲେ ଓ ଓଡିଶାର ବିକାଶରେ ତାଙ୍କର ଭୂମିକା ସ୍ୱତନ୍ତ୍ର ଥିଲା l ସେ ଜୀବନରେ କେବେ ମୁଣ୍ଡ ନୁଆଇଁ ନଥିଲେ l ତାଙ୍କର ଗୋଟିଏ ଗୋଟିଏ ବୟାନ ଓଡିଶା ରାଜନୀତିରେ ଝଡ ସୃଷ୍ଟି କରିଥିଲା l ଆସନ୍ତା ଯୁବ ପିଢ଼ି ତାଙ୍କ ପରି ସ୍ୱାଭିମାନୀ ଓ ସ୍ପଷ୍ଟବାଦୀ ହେବା ଆବଶ୍ୟକ ବୋଲି ଶ୍ରୀ ସାହୁ କହିଥିଲେ l ଦାମବାବୁଙ୍କୁ ସରକାରୀ ଚାକିରୀ ଛଡାଇ ରାଜନୀତିକୁ ଆଣିଥିଲେ ଓଡିଶାର ଅନ୍ୟତମ ଖାରବେଳ ତଥା ନିର୍ଭିକ ଜାତୀୟବାଦୀ ନେତା ସ୍ବର୍ଗତ ବିଜୁ ପଟ୍ଟନାୟକ l ଦାମବାବୁ ଜୀବନରେ ଶେଷ ପର୍ଯ୍ୟନ୍ତ ବିଜୁ ଅନୁଗାମୀ ଥିଲେ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ଦାମବାବୁଙ୍କ ପରି ନିର୍ଭିକ ହୋଇ ପାରିଲେ ଜୀବନରେ ସଫଳତାର ପାହାଚ ନିଶ୍ଚୟ ଚଢି ପାରିବ ବୋଲି ଉପସ୍ଥିତ ବୁଦ୍ଧିଜୀବୀମାନେ ସଭାରେ ବକ୍ତବ୍ୟ ଦେଇଥିଲେ l ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ପ୍ରଧାନ, ସୁରେନ୍ଦ୍ର ସ୍ୱାଇଁ ,ବିଜୟ ଖଟେଇ, ,ଅବନ୍ତୀ ମାଝୀ ,ଯୋଗେନ୍ଦ୍ର ନାଥ ସ୍ୱାଇଁ ,ପ୍ରେମାନନ୍ଦ ସ୍ୱାଇଁ,ସଂଗ୍ରାମ ସ୍ୱାଇଁ ,ନରହରି ତରାଇ ,ଧନେଶ୍ୱର ଦାସ ଓ ପ୍ରହଲ୍ଲାଦ ସ୍ୱାଇଁଙ୍କ ସମେତ ବହୁ ବକ୍ତା ଯୋଗ ଦେଇଥିଲେ l ଦାମବାବୁଙ୍କ ଅନ୍ତରଙ୍ଗ ଓ ପ୍ରାୟ ଚାଳିଶି ବର୍ଷଧରି ତାଙ୍କ ସହଯୋଗୀ ଭାବେ କାମ କରିଥିବା ମଙ୍ଗରାଜପୁର ପଂଚାୟତ ବୟେlଜେଷ୍ଠ ମୁରବୀ ସୁରେନ୍ଦ୍ର ସ୍ୱାଇଁଙ୍କୁ ଡାକ୍ତର ଦାମୋଦର ରାଉତ ସମ୍ମାନରେ ସମ୍ମାନିତ କରାଯାଇଥିଲା l ସଭାରେ ସୁଧାଂଶୁ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ l
