କୁଜଙ୍ଗ , 06/04/2025, ଉତ୍କଳ voice news - utkalvoicenews.com

କୁଜଙ୍ଗ ଥାନା ଅନ୍ତର୍ଗତ ଗାଦି ମହାପୁରୁଷ କ୍ରିକେଟ କ୍ଲବ ପାଟପୁରୁର ୨୭ ତମ ବାର୍ଷିକ ଟେନିସ୍ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପାଟପୁର କ୍ରିକେଟ ଖେଳ ପଡିଆରେ ଉଦଯାପିତ ହୋଇଯାଇଛି। ଆଜିର ଫାଇନାଲ ମ୍ୟାଚ ବିରିତୋଳ କ୍ରିକେଟ ଟିମ୍ ଓ ପୋତାନଈ କ୍ରିକେଟ ଟିମ୍ ମଧ୍ୟରେ ମୁକାବିଲା ହୋଇଥିଲା। ଫାଇନାଲ ଖେଳ ତିନୋଟି ମ୍ୟାଚ ବିଶିଷ୍ଟ ହେବା ସହିତ ଆଠ ଓଭର ଲେଖାଏଁ କରାଯାଇଥିଲା। ପ୍ରଥମ ଫାଇନାଲ ମ୍ୟାଚ ପୋତାନଈ କ୍ରିକେଟ ଟିମ୍ ୮ ଓଭରରେ ୮୪ ରନ୍ କରିଥିବା ବେଳେ ବିରିତୋଳ କ୍ରିକେଟ ଟିମ୍ ପାଞ୍ଚ ଓଭର ଚାଲୁ ଥିବା ବେଳେ ପାଞ୍ଚ ଓ୍ବିକେଟରେ ବିଜୟ ହାସଲ କରିଥିଲା। ଦ୍ଵିତୀୟ ଫାଇନାଲ ମ୍ୟାଚରେ ବିରିତୋଳ କ୍ରିକେଟ ଟିମ୍ ଆଠ ଓଭରରେ ୮୪ ରନ୍ କରିଥିଲା। ପୋତାନଈ କ୍ରିକେଟ ଟିମ୍ ଆଠ ଓଭର ଖେଳି ପାଞ୍ଚ ଓ୍ବିକେଟ ହରାଇ ୪୨ ରନ୍ କରିଥିଲା। ବିରିତୋଳ କ୍ରିକେଟ ଟିମ୍ ଆଜିର ଫାଇନାଲ ମ୍ୟାଚକୁ ୪୨ ରନ୍ ରେ ଜିତି ବିଜୟ ହାସଲ କରିଥିଲା । ମୁଖ୍ୟ ଅତିଥି ଭାବେ ଦିପ୍ତିମୟି ବସ୍ତିଆ ଯୋଗଦେଇ ଚମ୍ପିୟାନ ଟିମ୍ ର ଅଧିନାୟକ ରାମହରି ନାୟକଙ୍କୁ ଚମ୍ପିୟାନ ଟ୍ରଫି ସହିତ ମ୍ୟାନ ଅଫଦି ସିରିଜ୍ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ପାଟପୁର ପଞ୍ଚାୟତ ସମିତିସଭ୍ୟ ଜ୍ୟୋତି ପ୍ରକାଶ ପାଣି , ସମାଜସେବୀ ପ୍ରିୟରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ରଞ୍ଜନ କୁମାର ସାହୁ, ପାଟପୁର ପଞ୍ଚାୟତ ପୃର୍ବତନ ସରପଞ୍ଚ ଲକ୍ଷ୍ମୀକାନ୍ତ ସ୍ୱ।ଇଁ ଯୋଗଦେଇ ରନର୍ସଅପ ଟିମ୍ କୁ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ। ଆଜିର ଫାଇନାଲ ମ୍ୟାଚକୁ ଦୁଇ ଅମ୍ପିୟାର ପ୍ରିୟବ୍ରତ ସାହୁ ଓ ସତ୍ୟବ୍ରତ ଦାସ ପରିଚାଳନା କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟକୁ ଗାଦି ମହାପୁରୁଷ କ୍ରିକେଟ କ୍ଲବ ପାଟପୁରୁର ରୁଦ୍ର ଶଙ୍କର ସାହୁ,ମିକୁନ୍ ପାଣି, କେଦାର ବିଶ୍ଵାଳ, ଚନ୍ଦନ କୁମାର ମହାନ୍ତି,ସବ୍ୟସାଚୀ ସ୍ୱ।ଇଁଙ୍କ ସମେତ ପାଟପୁର ଗାଦି ମହାପୁରୁଷ କ୍ରିକେଟ ଟିମ୍ ର ସମସ୍ତ କ୍ରିକେଟ ପିଲାମାନେ ପରିଚାଳନା କରିଥିଲେ।