ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଡ଼କୁଜଙ୍ଗ କୁଞ୍ଜବିହାରୀ ଜଗନ୍ନାଥ ମନ୍ଦିରରରେ ରାମ ନବମୀ ପାଳନ

ଏରସମା, 06/04/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ଗଡ଼କୁଜଙ୍ଗର ପ୍ରସିଦ୍ଧ କୁଞ୍ଜବିହାରୀ ଜଗନ୍ନାଥ ମନ୍ଦିରରରେ ଆଜି ପବିତ୍ର ରାମ ନବମୀ ମହାରୀତି ନିତି ପରମ୍ପରା ଅନୁଯାୟୀ ପାଳନ କରାଯାଇଛି।  ଗଡ଼କୁଜଙ୍ଗ ନରେନ୍ଦ୍ର ପୁଷ୍କରିଣୀରୁ କଳସ ଶୋଭାଯାତ୍ରାରେ ଆସିବା ପରେ ଶ୍ରୀ ଜୀଉଙ୍କୁ ସ୍ନାନ କରାଯାଇ ନୂତନ ବତ୍ସ ପରିଧାନ କରାଯାଇ ନିଷ୍ଠା ପୃର୍ବକ ପୂଜାର୍ଚ୍ଚନା କରାଯାଇଥିଲା। ରାମ ନବମୀରେ ହଜାର ହଜାର ଭକ୍ତମାନେ ଯୋଗଦେଇ ଶ୍ରୀ କୁଞ୍ଜବିହାରୀ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ କୃପା ଲାଭ କରିଥିଲେ। ତତ୍ ସହିତ ମନ୍ଦିର ପରିସରରେ  ମର୍ଯ୍ୟାଦା ପୁରୁଷୋ ପ୍ରଭୁ ରାମଚନ୍ଦ୍ରଙ୍କ ଭଜନ କୀର୍ତନ ସହିତ ରାମାୟଣ ପାଠନ କରିଥିଲେ। ଭକ୍ତିମେୟ ପରିବେଷରେ ମନ୍ଦିର ପ୍ରକୋମ୍ପିତ ହୋଇଥିଲା। ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।  ଗଡ଼କୁଜଙ୍ଗ କୁଞ୍ଜବିହାରୀ ମନ୍ଦିର ମ୍ୟାନଜିଂ ଟ୍ରଷ୍ଟିର ସଭାପତି ରାଜେନ୍ଦ୍ର ବେହେରା, ସଂପାଦକ ପୀତାମ୍ବର ରାଉତ, ଟ୍ରଷ୍ଟିର ସଭ୍ୟ ଦେବେନ୍ଦ୍ର ମହାପାତ୍ର, ବିଜୟ ଚାନ୍ଦ ନାୟକ, ଯଦୁନାଥ ଖଟୁଆ, ଭୋଳାନାଥ ସ୍ୱ।ଇଁ, ବୁଲାରାମ ପରିଡ଼ାଙ୍କ ସମେତ ସମସ୍ତ ମେମ୍ବର ମାନେ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ। ପରମ୍ପରା ଅନୁଯାୟୀ ରାମ ନବମୀ ଦିନଠାରୁ ରାବଣ ମରିବା ପର୍ଯ୍ୟନ୍ତ ଗଡ଼କୁଜଙ୍ଗ ମନ୍ଦିର ବଡଦାଣ୍ଡରେ ରାତି ୧୦ ଘଟିକା ଠାରୁ ଭୋର ୫ ଘଟିକା ପର୍ଯ୍ୟନ୍ତ ପୈ।ରାଣିକ ରାମାୟଣ ଗୀତିନାଟ୍ୟ କାର୍ଯ୍ୟକ୍ରମ ୧୨ ଦିନ ବ୍ୟାପୀ ଚାଲୁରହବ ବୋଲି କୁଞ୍ଜବିହାରୀ ମନ୍ଦିର ଟ୍ରଷ୍ଟିବୋର୍ଡ ତରଫରୁ ସୂଚନା ମିଳିଛି ।
1