ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ପଞ୍ଚାୟତ ର ନୀମିଢି ଓ ନିହାରୁଣୀ କାନ୍ଧା ଗ୍ରାମରେ ଶ୍ରୀରାମ ନବମୀ ଧୁମ୍ ଧାମରେ ପାଳନ l

ପାରାଦୀପ ଗଡ, 06/04/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ନିମିଢ଼ି ଗ୍ରାମ ରେ ମା ରାମଚଣ୍ଡୀ ୟୁଥ୍ କ୍ଲବ୍ ଆନୁକୁଲ୍ୟରେ ୫ମ ବାର୍ଷିକ ରାମ ନବମୀ ମହାସମାରୋହରେ ପାଳନ କରାଯାଇଛି l ଉକ୍ତ ଉତ୍ସବ ରେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରିଥିଲେ l ପରେ ପରେ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ନିହାରୁଣି କନ୍ଧା ଓ ତାରିଣୀ ଗଡ଼ା ସ୍ଥିତ ହନୁମାନ ପୀଠ କୁ ପରିଦର୍ଶନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ l ହଜାର ହଜାର ଶ୍ରଦ୍ଧାଳୁ ମାନେ ରାମ ଲାଲା ଓ ଜୟ ମହାବୀର ଙ୍କ ସ୍ଲୋଗାନ ଦେଇ ଗ୍ରାମ ଓ ନଗର ପରିକ୍ରମା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ପ୍ରକାଶ ସ୍ୱାଇଁ, ଜୟନ୍ତ ସେନାପତି, ମନୋଜ ରାଉତ, ରାଜେନ୍ଦ୍ର ବେହେରା, ପିଙ୍କୁନା ରାଉତ ପ୍ରମୁଖ ଶୋଭାଯାତ୍ରା ମନ୍ତ୍ରୀଙ୍କ ସହିତ ସାମିଲ ହୋଇଥିଲେ l
Article Image
Article Image
Article Image
1