ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନଛିପୁରାରେ ୩୭ ତମ ବାସନ୍ତୀ ପୂଜା ଧୁମଧାମରେ ପାଳନ

ଏରସମା, 07/04/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ନଛିପୁରା ଗ୍ରାମବାସୀମାନଙ୍କ ତରଫରୁ ୩୭ ତମ ମା" ବାସନ୍ତୀ ଦୃର୍ଗା ପୂଜା ଧୁମଧାମରେ ପାଳିତ ହୋଇଯାଇଛି ।ନଛିପୁରା ପୁଷ୍କରିଣୀ ନିକଟରେ କର୍ତ୍ତା ବାବୁ ଖଟେଇ ପୂଜାର୍ଚ୍ଚନା କରିବା ପରେ କଳସ ବୁଡାଇ ଜଗତଜନନୀ ମା" ବାସନ୍ତୀ ଦୃଗାଙ୍କ ନବ ପତ୍ରିକା ବିମାନରେ ଘଣ୍ଟ ,ଘଣ୍ଟି ,ବାଜା ,ବାଣ, ହରିବୋଲ , ହୂଳହୂଳି ସହିତ ରୋଷଣୀରେ ନଛିପୁରା ବାସନ୍ତୀ ଦୃର୍ଗା ମଣ୍ଡପ ନିକଟକୁ ଆସି ବାସନ୍ତୀ ଦୄଗାପୂଜା ମଣ୍ଡପ ପୀଠରେ ପହଞ୍ଚିବା ପରେ ମା"ଙ୍କ ନିତିନିୟମ ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ହୋମଯଜ୍ଞ ହୋଇଥିଲା । ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ଶେବନର ବ୍ୟବସ୍ଥା କରାଯାଇଥିଲା । ନଛିପୁରା ମା" ବାସନ୍ତୀ ଦୃର୍ଗାପୂଜା କମିଟିର ସଭାପତି ବାବାଜୀ ଖଟେଇ, ସଂପାଦକ ଦୀବାକର ସ୍ୱ।ଇଁ, ମକର ସ୍ୱ।ଇଁ, ଖିରୋଦ ବାରିକ,ସଂଗ୍ରାମ କେଶରୀ ସ୍ୱ।ଇଁ, ବିପିନି ସ୍ୱ।ଇଁ,ମଦନ ପରିଡାଙ୍କ ସମେତ ସମେତ ନଛିପୁରା ବାସନ୍ତୀ ଦୃର୍ଗାପୂଜା କମିଟିର ସମସ୍ତ ମେମ୍ବର ମାନେ ଶାନ୍ତି ଶୄଙ୍ଖଳାର ସହିତ ତିନିଦିନ ଧରି ପୂଜା ଉତ୍ସବ ପରିଚାଳନା କରୁଛନ୍ତି। ବାସନ୍ତୀ ଦୃର୍ଗାପୂଜା ଉପଲକ୍ଷେ ରାମାୟଣ ଗୀତିନାଟ୍ୟ ଦୁଇଦିନ ବ୍ୟାପି ଚାଲୁରହିଛି।
Article Image
1