କୁଜଙ୍ଗ , 07/04/2025, ଉତ୍କଳ voice news - utkalvoicenews.com
କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ପଞ୍ଚାୟତର ନଛିପୁରା ଗ୍ରାମର ହନୁମାନ ମନ୍ଦିରରେ ଦୀର୍ଘ ଦଶବର୍ଷ ଧରି ମର୍ଯ୍ୟାଦା ପୁରୁଷୋ ପ୍ରଭୁ ରାମଚନ୍ଦ୍ରଙ୍କ ରାମ ନବମୀ ଉତ୍ସବରେ ଶ୍ରୀ ଶ୍ରୀ ନିତାଇ ଗୈlର ମହାପ୍ରଭୁଙ୍କ ଅଷ୍ଟମ ପ୍ରହର ନାମଯଜ୍ଞ ତିନିଦିନ ଧରି ଧୁମଧାମରେ ପାଳନ ହେଉଅଛି। ଉତ୍ସବର ପ୍ରଥମ ଦିବସରେ ନଛିପୁରା ଗ୍ରାମର ପୁଷ୍କରିଣୀ ନିକଟରେ ପଣ୍ଡିତ ବିଭୁ ରଞ୍ଜନ ଦାଶ ପୂଜାର୍ଚ୍ଚନା କରିବା ପରେ କର୍ତ୍ତା ସହଦେବ ସ୍ୱ।ଇଁ ଓ ଗ୍ରାମବାସୀମାନେ ଏକ କଳସ ଯାତ୍ରାରେ ବାଜା,ବାଣ,ଘଣ୍ଟ,ଘଣ୍ଟି , ହରିବୋଲ ହୁଳହୁଳି ସହିତ ନଛିପୁରା ହନୁମାନ ମନ୍ଦିର ନିକଟକୁ ଆସିଥିଲେ। ଉତ୍ସବର ପ୍ରଥମ ଦିବସରେ ନାମଯଜ୍ଞ ଓ ଶୁଭାଧିବାସ ଅନୁଷ୍ଠିତ ହୋଇଥିଲା ।ଦ୍ବିତୀୟ ଦିବସରେ ଅହୋରାତ୍ର ନାମଯଜ୍ଞ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ତୃତୀୟ ଦିବସରେ ନାମଯଜ୍ଞ ସହିତ ପୂର୍ଣ୍ଣାହୁତି ହୋଇଥିଲା।କର୍ତ୍ତା ଆଦିକାନ୍ତ ପଟିଆ ପୂର୍ଣ୍ଣ।ହୁତି କରିଥିଲେ।ଗ୍ରାମର ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ଉତ୍ସବକୁ ନଛିପୁରା ଗ୍ରାମର ଗ୍ରାମବାସୀ ମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରୁଛନ୍ତିି।