ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋପାଳକ ମାନଙ୍କ ସୁରକ୍ଷା ଓ ସାମାଜିକ ନ୍ୟାୟ ନିମନ୍ତେ ବୈଠକ ଅନୁଷ୍ଠିତ

ଜଗତସିଂହପୁର, 07/04/2025, ଉତ୍କଳ voice news - utkalvoicenews.com
Article Image
ବାଲିକୁଦା ବ୍ଲକ୍ ଯାଦବ ମହାସଭା ଆନୁକୁଲ୍ୟରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ମା ଥାନାପତି ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଉତ୍କଳ ଯାଦବ ମହାସଭାର ଜଗତସିଂହପୁର ଜିଲ୍ଲା ସଂଯୋଜକ ତଥା କଟକ ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ତିର୍ଥବାସୀ ବେହେରା, କଟକ ଜିଲ୍ଲା ଯାଦବ ମହାସଭା ର ସଭାପତି ସମର ବେହେରା, ନବନିର୍ମାଣ ସଂଗଠନର ଶେଷଦେବ ନନ୍ଦ, ବାଲିକୁଦା ବ୍ଲକ୍ ସଭାପତି ବାବାଜି ଚରଣ ଦାସ, ଉପସଭାପତି ଶରତ ଚନ୍ଦ୍ର ଦାସ, ମାନଗୋବିନ୍ଦ ଦାସ, ନରେଶ ଦାସ, ଜିତେନ୍ଦ୍ର ବେହେରା, ସୌମେନ୍ଦ୍ର ଦାସ, ସାଗର ପରିଡ଼ା, ଦୀପକ ଦାସ, ନିତ୍ୟାନନ୍ଦ ବେହେରା, ଗୁଗୁଲା ଦାସ, ଦିପୁ ଦାସ, ଅରୁ ଦାସ, ଅଲୁ ଦାସ, ରାଜେନ୍ଦ୍ର ଦାସ, କାଳିଆ ଦାସ, ତପନ ଦାସ ପ୍ରମୁଖ ବହୁ ଯାଦବ ସଭ୍ୟ ଯୋଗଦେଇଥିଲେ l ଏଥିରେ ସଂଗଠନର ଶତାଧିକ ଗୋପାଳକ ଭାଈ ଯୋଗଦେଇଥିଲେ l ଏଥିରେ ଗୋପାଳକ ଭାଈ ଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା l ବିଶେଷ କରି ବାଲିକୁଦା ବ୍ଲକର ଗୋପାଳ ସମ୍ପ୍ରଦାୟର ବିଶେଷ କରି ଦୁଗ୍ଧ ଚାଷୀମାନେ ଗାଈ, ଗୋରୁ, ବଦଳ ଓ ବିକ୍ରିପଟା ବେଳେ କିଛି ଅପରାଧିକ ଓ ନିଶାଡି ବ୍ୟକ୍ତି ବଜରଙ୍ଗ ଦଳ, ଶିବସେନା ଓ ଅନ୍ୟାନ୍ୟ ସଂଗଠନ ନାମ ନେଇ ଚାଷୀଙ୍କ ଠାରୁ ପଇସାପତ୍ର ଛଡ଼ାଇବା ସହ ଜୀବନରୁ ମାରିଦେବା ଭଳି ହିଂସାତ୍ମକ ଆଚରଣ ବାଲିକୁଦା ଓ ଏରସମା ଅଞ୍ଚଳରେ ନିୟମିତ ହେଉଥିବା ଅଭିଯୋଗ ହେଇଛି l ଏପରିକି ବିକ୍ରି ଲବ୍ଧ ଅର୍ଥ ଛଡାଇ ନେଉଥିବା ଚାଷୀମାନେ କହିଛନ୍ତି l ସୂଚନାଯୋଗ୍ୟଯେ ଗତ ମାର୍ଚ୍ଚ ମାସ ୨୯ ତାରିଖରେ ଅଳିହା ଗ୍ରାମରେ ରାଜେନ୍ଦ୍ର ସାହାଣୀଙ୍କ ଉପରେ ହୋଇଥିବା ମାଡ଼ ଏବଂ ଟଙ୍କା ଛଡ଼ାଇନେବା ଘଟଣା ଚର୍ଚ୍ଚାରେ ରହିଥିଲା l ସଂପୃକ୍ତ ଏହାର ଚାଷୀ ପ୍ରତିବାଦ କରି ଏରସମା ଥାନାରେ ଅଭିଯୋଗ କରିଥିଲେ l ଏହାପରେ, ଗତ ମାର୍ଚ୍ଚ ୩୧ ତାରିଖ ରାତ୍ରିରେ ତାଙ୍କର ଟାଟା ଏସି ଗାଡି ଗାଡିକୁ ନିଆଁ ଲଗାଇ ପୋଡିଦେଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ l ଗୋପାଳକ ମାନକ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ଆମ୍ଭେ ଗୋପାଳ ସମ୍ପ୍ରଦାୟର ସମସ୍ତ ଲୋକ ଶାନ୍ତିପୂର୍ଣ ଭାବରେ ସମବେତ ହୋଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଠାରୁ ନ୍ୟାୟ ଦାବୀପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା l
Article Image
ଅପରାହ୍ନରେ ଏକ ପ୍ରତିନିଧି ମଣ୍ଡଳୀ ବାଲିକୁଦା ଥାନା ଅଧିକାରୀଙ୍କୁ ଭେଟି ଘଟଣା ସଂପର୍କରେ ଆଲୋଚନା କରାଯିବା ସହିତ ଆଗାମୀ ଦିନରେ ଏହି ଘଟଣା ପ୍ରତି ଦୃଷ୍ଟି ଦେବାକୁ ଥାନା ଅଧିକାରୀଙ୍କୁ ନିବେଦନ କରାଯାଇଥିଲା l
1