ପାରାଦ୍ଵୀପ ଗଡ଼, 15/12/2024, ଉତ୍କଳ voice news - utkalvoicenews.comସ୍ମାଇଲ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ପାରାଦ୍ଵୀପ ଗଡ଼ ଗ୍ରାମ ପଞ୍ଚାୟତ ପରିସରରେ ଆଜି ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ରକ୍ତଦାନ ଶିବିରକୁ ବିଧିବଦ୍ଧ ଭାବେ ପାରାଦ୍ଵୀପ ଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଉଦ୍ଘାଟନ କରିଥିଲେ।
ଏହି ଆୟୋଜିତ କାର୍ଯ୍ୟକ୍ରମରେ ପାରେଶ୍ୱର ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରସାନ୍ତ କୁମାର ମଲ୍ଲିକ,ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା,ସନ୍ତୋଷ ଦୋରା,ଅଲେଖ ମହାରଥା,ପଞ୍ଚାନନ ମାଝୀଙ୍କ ସମେତ ବହୁ ମାନ୍ୟଧନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ତେବେ ପାରାଦ୍ଵୀପରେ ବହୁ ଶିଳ୍ପ କାରଖାନା ମାନ ଗଢ଼ି ଉଠିଥିବା ବେଳେ ଅନେକ ବାହାର ଶ୍ରମିକ ଓ ସ୍ଥାନୀୟ ଲୋକେ ନିଯୁକ୍ତି ପାଇଛନ୍ତି।ମାତ୍ର ରାସ୍ତାରେ ଯାତାୟାତ ସମୟରେ ଦୃଘଟଣା ଗ୍ରସ୍ତରେ ଅନେକ ଲୋକେ ଆଘାତ ହେଉଥିବା ବେଳେ ରକ୍ତର ଅଭାବ ରହିଛି।ଯାହାକୁ ନେଇ ଏକ ମହତ୍ ଉଦ୍ଦେଶ୍ୟରେ ଏହି ରକ୍ତଦାନ ଶିବିରକୁ ପାରେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜନ କରିବା ସହ ଶହେ ୟୁନିଟ ରକ୍ତ ସଂଗ୍ରହ କରାଯିବ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରକାଶ କରିଥିବା ବେଳେ ସାରା ଓଡିଶାରେ ଏହିପରି ରକ୍ତ ଦାନ କରିବା ପାଇଁ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ନିବେଦନ କରିଛନ୍ତି।