ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପୁଲ୍ସ କଲେଜରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୬୩ ୟୁନିଟ୍ ରକ୍ତ ସଂଗ୍ରହ

ବୁଗୁଡ଼ା, 08/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ) :
Article Image
ଓଡ଼ିଆ ପକ୍ଷ ଉପଲକ୍ଷେ ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ସ୍ବପରିସରସ୍ଥ ସମ୍ମିଳନୀ କକ୍ଷରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର ଉଦଘାଟନ କରିଥିବା ବେଳେ ଏଥିରେ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ସମେତ ଏନସିସି ଅଫିସର ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ, ଓ୍ବାଇଆରସି କୋଅର୍ଡିନେଟର ଅଧ୍ଯାପକ ପବିତ୍ର ମଣ୍ଡଳ ଓ ଅଧ୍ୟାପିକା କ୍ରିଷ୍ଣା କୁମାରୀ ବାର୍ଗୀ , ସ୍କାଉଟ୍ ଲିଡର୍ ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ଓ ଅଧ୍ୟାପିକା ଅନୀତା ଦେବୀ , ଏନ୍ଏସ୍ଏସ୍ କୋଅର୍ଡିନେଟର ଅଧ୍ଯାପିକା ସସ୍ମିତା ସାମନ୍ତରା ଓ ଅଧ୍ୟାପକ ରବିନ୍ଦ୍ର ନାଥ ପୋଲେଇ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏ ଅବସରରେ ଭଞ୍ଜନଗର ବ୍ଲଡ ବ୍ଯାଙ୍କ ଟିମ୍ ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାତାମାନଙ୍କଠାରୁ ୬୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଶିବିର ପରିଚାଳନାରେ କଲେଜର ଏନସିସି , ଓ୍ବାଇଆରସି, ଏନ୍ଏସ୍ଏସ୍ , ସ୍କାଉଟ୍ ଆଦି ବିଭାଗର ଛାତ୍ରଛାତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ।
Article Image
Article Image
1