କୁଜଙ୍ଗ , 08/04/2025, ଉତ୍କଳ voice news - utkalvoicenews.com

ଆଜିଠାରୁ ଅନୁଷ୍ଠିତ ହେବାକୁ ଯାଉଥିବା କୁଜଙ୍ଗ ମହୋତ୍ସବ ନିମନ୍ତେ ପ୍ରଶାସନ ର ଚୁଡାନ୍ତ ସମୀକ୍ଷା ବୈଠକ ବି ବି ହାଇସ୍କୁଲ ପଡିଆ ରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟି ସଭାପତି ତଥା କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମୀକ୍ଷା ବୈଠକ ରେ ପାରାଦୀପ ର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଯୋଗଦେଇ ବିଭିନ୍ନ ବିଭାଗ ଯଥା ପାନୀୟ ଜଳ ଓ ପରିମଳ , ବିଜୁଳି , ସ୍ବାସ୍ଥ୍ୟ , ପୂର୍ତ୍ତ ଓ ଆରକ୍ଷୀ ବିଭାଗ ଅଧିକାରୀଙ୍କ ସହ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ପାନୀୟ ଜଳ, ବିଜୁଳି ଓ ଆଇନ ଶୃଙ୍ଖଳା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା । ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ମହୋତ୍ସବ ଯେପରି ସରସ ସୁନ୍ଦର ଭାବେ ସମ୍ପାଦନ ହେବ ସେଥି ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ମହୋତ୍ସବ ସ୍ଥଳକୁ ଆସିବା ପାଇଁ ଜନସାଧାରଣ ଯେପରି ଟ୍ରାଫିକ ସମସ୍ୟାରେ ନପଡନ୍ତି ଓ ମଦ୍ୟପ ମାନଙ୍କୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା । ଆଜିର ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ କୁଜଙ୍ଗ ଥାନା ଅଧିକାରୀ ବଂଶୀଧର ପ୍ରଧାନ, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ମାନସୀ ବେହେରା, ବିଦ୍ୟୁତ୍ ବିଭାଗ ଏସ ଡି ଓ କାମଳ କାନ୍ତ ବିଶୋଇ , ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ ସମେତ ନାରାୟଣ ବୀରବର ସାମନ୍ତ ଟ୍ରଷ୍ଟ ର ସମ୍ପାଦକ ଭଞ୍ଜ କିଶୋର ନାୟକ, କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ , ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ୱାଇଁ, ତପନ କୁମାର ତ୍ରିପାଠୀ, ରାଜେନ୍ଦ୍ର ନାରାୟଣ ଦାସ ଙ୍କ ସମେତ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ। ଟ୍ରଷ୍ଟ ର କାର୍ଯକାରୀ ସଭାପତି ତପନ ସାମନ୍ତରାୟ ସଂଯୋଜନା କରିଥିଲେ ।