ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ସଫଳତା-୨୦୨୫

କୁଜଙ୍ଗ , 09/04/2025, ଉତ୍କଳ voice news - utkalvoicenews.com
Article Image
ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ଲାଭ କରିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏହା ସହିତ ଅଷ୍ଟମ ଶ୍ରେଣୀ ପାଇଁ (NMMS) ନବମ ଶ୍ରେଣୀ ପାଇଁ (NRTS) ପରୀକ୍ଷାରେ ମଧ୍ୟ
Article Image
ସଫଳତା ଲାଭ କରିଛନ୍ତି। ଏହି ବାପୁଜୀ ସରକାରୀ ବିଦ୍ୟାଳୟରେ ପଢୁଥିବା ପ୍ରୀୟଂଶୁ ଲେଙ୍କା (priyanshu Lenka), ରଶ୍ମୀ ରଂଞ୍ଜନ ଦଳାଇ, ଏବଂ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଯଥା - ରୁଦ୍ର ନାରାୟଣ ବେହେରା ଓ ଅନୁପମା ମାଝୀ ଆଦର୍ଶ ପ୍ରବେଶିକା ପରୀକ୍ଷା ପାଇବାର ଯୋଗ୍ୟ ବିବେଚିତ ହେବାରୁ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ଦୀପ କୁମାର ବେହେରାଙ୍କ ମୁଖ୍ୟ ନିର୍ଦ୍ଦେଶରେ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିଭୂତି ଗ୍ରହଣ କରି ପିଲାମାନଙ୍କ ପାଠପଢ଼ାର ଶୈଳୀ ଉନ୍ନତମାନର ହୋଇପାରିଛି। ଏବଂ ଆଦର୍ଶ ଓ ନବୋଦୟ ପାଇବାର ନିରନ୍ତର ପ୍ରଚେଷ୍ଟା ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସ ସ୍କୁଲ ସମୟକୁ ଛାଡି ପିଲାମାନଙ୍କ ପାଇଁ ବଳକା ସମୟ ସମର୍ପୀତ କରିଥିବାରୁ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ସଫଳତାର ଆଦର୍ଶ ଛାତ୍ର ଛାତ୍ରୀ ଉଦୟ ହୋଇପାରିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମେନ ଶ୍ରୀ ଯୁକ୍ତ ପ୍ରଶାନ୍ତ କୁମାର ଲେଙ୍କା ସଫଳତାର ମୁଖ୍ୟ ପାହାଚ କେବଳ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପୂର୍ଣ୍ଣ ପ୍ରଚେଷ୍ଟାର ସଫଳତା ହାସଲ କରିଛନ୍ତି ବୋଲି ମନ୍ତବ୍ୟ ହୋଇଥିଲେ। ପରିଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସହକାରୀ ଶିକ୍ଷୟତ୍ରୀ ଇରାଶ୍ରୀ ଦାସ, ସୁଷମା ମଞ୍ଜରୀ ନାୟକ, କ୍ରୀଡା ଶିକ୍ଷକ ଉତ୍ତମ କୁମାର ସାମଲ, ଓ ପ୍ରଧାନ ଶିକ୍ଷକ ସନ୍ଦୀପ କୁମାର ବେହେରା ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତିରେ ସମ୍ବୋଧନ କରିଥିଲେ। ଏବଂ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ ନିମନ୍ତେ ପ୍ରଭୂ ଜଗନ୍ନାଥଙ୍କ ପାଦ କମଳରେ ପ୍ରାର୍ଥନା କରିଥଲେ। ସର୍ବ ଶେଷରେ ଶିକ୍ଷକ ଅମର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Article Image
1