ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦ୍ଵୀପ ଗଡ଼ ପଞ୍ଚାୟତରେ ଦିବା ରାତ୍ରି ଗ୍ରାମୀଣ କ୍ରିକେଟ୍ ପ୍ରୀମିଅର୍ ଲିଗ୍ ଅନୁଷ୍ଠିତ।

ପାରାଦ୍ଵୀପ ଗଡ଼, 18/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପାରାଦ୍ଵୀପ ଗଡ଼ ପଞ୍ଚାୟତରେ ଆର୍ସେଲର ମିତ୍ତଲ୍ ନିପୋନ୍ ଷ୍ଟିଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଗ୍ରାମୀଣ ଦିବା ରାତ୍ରି କ୍ରିକେଟ୍ ପ୍ରିମିୟର ଲିଗ୍ ପାରାଦ୍ଵୀପ ଗଡ଼ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପାରାଦ୍ଵୀପ ଗଡ଼,ନୂଆଗଡ଼ ଓ ଭୂତମୁଣ୍ଡାଇ ପଞ୍ଚାୟତକୁ ନେଇ ୧୦ଟି କ୍ରିକେଟ୍ ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ଏହା ଚାରି ଦିନ ବ୍ୟାପୀ ଜାରୀ ରହିବ।
Article Image
ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଆର୍ସେଲର ମିତ୍ତଲ ନୀପୋନ ଷ୍ଟିଲ,ପାରାଦ୍ଵୀପ ୟୁନିଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି.ସୁରେଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରାଦ୍ଵୀପ ଗଡ଼ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା,ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା,କମ୍ପାନୀ ସି.ଏସ.ଆର୍.ମୁଖ୍ୟ ବିକାଶ ୟାଦେବିନ୍ଦୁ,ଦେବାଶିଷ ସ୍ୱାଇଁ,ଦେବ ଦୁର୍ଲ୍ଲଭ କର ପ୍ରମୁଖ ଉପସ୍ଥିତ ଥିଲେ ଓ ନିଳାଦ୍ରୀ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
Article Image
ପ୍ରାରମ୍ଭିକ ମ୍ୟାଚରେ ନୂଆଗଡ ଓ ମୂଷାଡ଼ିଆ ଏବଂ ଭୂତମୁଣ୍ଡାଇ ଓ ଫୁଲ ବେଲାରୀ ମଧ୍ୟରେ ୧୦ଓଭର ବିଶିଷ୍ଟ ମ୍ୟାଚ ଅନୁଷ୍ଟିତ ହୋଇଥିଲା।ହଜାର ହଜାର ଦର୍ଶକ ଶୀତ କାକରକୁ ଖାତିରି ନ କରି ରାତି ୧୧ଟା ପର୍ଯ୍ୟନ୍ତ ଏହି ଦିବାରାତ୍ରି କ୍ରିକେଟ୍ ଖେଳକୁ ଉପଭୋଗ କରୁଥିବା ବେଳେ ଯେଉଁ ଟିମ୍ ପ୍ରଥମ ସ୍ଥାନ ଅଧିକାର କରିବ ୨୫ହଜାର ଟଙ୍କାର ପ୍ରାୟିଜ୍ ଓ ଦ୍ୱିତୀୟ ସ୍ଥାନ ଅଧିକାର ପାଇଁ ୧୫ହଜାର ପ୍ରାୟିଜ୍ ଦିଆଯିବ ବୋଲି ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ବେହେରା ପ୍ରକାଶ କରିଛନ୍ତି।ତେବେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ଓ କିଏ ବିଜୟର ସ୍ଵାଦ ଚାଖିବ ତାହା ଉପରେ ରହିଛି ସମସ୍ତଙ୍କ ନଜର।
Article Image
Article Image
1