ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା।

ଏରସମା, 09/04/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ୍ ଅନ୍ତର୍ଗତ ନୀଳକଣ୍ଠେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କନାଗୁଳିରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି।ଏହି ଅବସରରେ ବିଦ୍ୟାଳୟର ପୃର୍ବତନ ଶିକ୍ଷକ ଶିବ ଚରଣ ମହାପାତ୍ର, କୈଳାସ ଚନ୍ଦ୍ର ବିଶ୍ଵାଳ ବରିଷ୍ଠ କିରାଣୀ ପ୍ରଦୀପ୍ତ କୁମାର ପ୍ରଧାନ ସେବକ କରୁଣାକର ମଲ୍ଲିକ ପାଚିକା ସତ୍ୟଭାମା ଓଝାଙ୍କୁ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ନୀଳକଣ୍ଠେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥିଭାବେ ଡ଼ ଶରତ ଚନ୍ଦ୍ର ପରିଡା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉପାଧ୍ୟକ୍ଷ ଶରତ କୁମାର ଦାଶ, ଡ଼ ସୈlମ୍ୟରଞ୍ଜନ ବେହେରା,ପରିଚାଳନା କମିଟିର ପୃର୍ବତନ ସଦସ୍ୟ ପିତାମ୍ବର ଦାସ , ସମାଜସେବୀ ଅଶୋକ ପରିଡା, ନିରଞ୍ଜନ ପରିଡ଼ା, ସୁରେନ୍ଦ୍ର କୁମାର ସେଠୀ, କ୍ଷିରୋଦ ଚନ୍ଦ୍ର ମହାନ୍ତି,ନବକିଶୋର ସ୍ୱାଇଁ ଓ ନୀଳକଣ୍ଠେଶ୍ଵର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ ସମସ୍ତ ଅବସର ଶିକ୍ଷକ ମାନଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ। ଶିକ୍ଷକ ହୃଷିକେଶ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ, ଶିକ୍ଷକ ଦେବେନ୍ଦ୍ର ନାଥ ମଣ୍ଡଳ ସଭା ସଞ୍ଚାଳନ କରିଥିଲେ ଓ ଧନ୍ୟବାଦ୍ ଦେଇଥିଲେ। ଶିକ୍ଷକ ଅଶୋକ କୁମାର ମହାପାତ୍ର,ଦୀପକ କୁମାର ହାଂସଦା, ହରେକୃଷ୍ଣ ପୂଜାରୀ, ଶିକ୍ଷୟିତ୍ରୀ ସୁଜାତା ନାୟକ, କିରାଣୀ କୁମାର ଅଭିଷେକ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଚର୍ତୁଭୂଜ ସାହୁ ଉତ୍ସବ ପରିଚାଳନା କରିଥିଲେ।
Article Image
1