ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ।

କୁଜଙ୍ଗ , 09/04/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତ କରତୁଠା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରବୀର କୁମାର ସାହାଣୀଙ୍କ ସଭାପତିତ୍ବରେ ଅନଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚଙ୍କ ପ୍ରତିନିଧି କିଶୋର କୁମାର ବେଉରା,ମୁଖ୍ୟ ବକ୍ତା ଭାବରେ ଶିକ୍ଷକ ସୂର୍ଯ୍ୟ କାନ୍ତ ମଲ୍ଲ,ସମ୍ମାନୀତ ଅତିଥି ଭାବରେ ସିଆରସିସି ଲୋକନାଥ ବେହେରା,ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲିଷ୍ପା ମହାପାତ୍ର ପ୍ରମୁଖ ଯୋଗ ଦେଇ ସଙ୍ଗୀତ,ନୃତ୍ୟରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ସହକାରୀ ଶିକ୍ଷକ କେଶବ ଚନ୍ଦ୍ର ଦଳାଇ।ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ଦାସ,ମମତା ନାୟକ,ସୁପ୍ରଭା ସାମନ୍ତରାୟ,ଶସ୍ମିତା ନାୟକ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବିଶ୍ୱନାଥ ଦାଶ,ବାବୁ ପ୍ରଧାନ,ଗୋପୀନାଥ ସାହୁ,ଦୋଳ ଗୋବିନ୍ଦ ଦାସ,ରମେଶ ବେଉରା ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।
9